ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିଜେଡିରେ ବଦ୍ରି, ଜଗନ୍ନାଥ, ମାଧବ ଓ ଆଶିଷଙ୍କ ଦବ୍‌ଦବା, କାହିଁକି ଅଲୋଡ଼ା ହେଲେ ଚନ୍ଦ୍ରାଣୀ ଏବଂ ମିନାକ୍ଷୀ ?

Published By : Rasmita Pradhan | June 11, 2025 9:47 AM

କେନ୍ଦୁଝର,୧୧/୬ : ରାଜ୍ୟରେ ବିଜୁଜନତା ଦଳ ୨୪ ବର୍ଷ କ୍ଷମତାରେ ରହିବା ପରେ ପ୍ରଥମଥର ପାଇଁ ବିରୋଧୀ ଆସନରେ ବସିଛି। ଦଳର ବିପର୍ଯ୍ୟୟ ସମୟରେ ଅନେକ ନେତା ଦଳ ଠାରୁ ଦୂରେଇ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଜେପିର ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝରରେ ବିଜେଡି ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏକଦା ବିଜେଡି ଶାସନ ସମୟରେ ସବୁଠାରୁ ପ୍ରଭାବଶାଳୀ ଥିବା ୨ ନାରୀନେତ୍ରୀ ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆର ତତ୍କାଳୀନ ବିଧାୟିକା ମିନାକ୍ଷୀ ମହାନ୍ତ ଏବେ ଦଳରେ ଅଲୋଡା ହୋଇପଡିଛନ୍ତି । ଦଳ ସେମାନଙ୍କୁ ପୂର୍ବ ଭଳି ଗୁରୁତ୍ୱ ଦେଉନଥିବା ବେଳେ ଏବେ ବିଜେଡିର ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ବଦ୍ରୀନାରାୟଣ ପାତ୍ର, ଜଗନ୍ନାଥ ନାଏକ, ମାଧବ ସର୍ଦ୍ଦାର ସହିତ ଆଶିଷ ଚକ୍ରବର୍ତ୍ତୀ ସାଙ୍ଗଠନିକ ମଙ୍ଗ ଧରିଛନ୍ତି । 

ରାଜ୍ୟରେ ସବୁଠାରୁ ଲମ୍ବା ସମୟ ୨୪ ବର୍ଷ କ୍ଷମତାରେ ରହିଥିବା ବିଜୁଜନତା ଦଳ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥାଏ । କେନ୍ଦୁଝର ଲୋକସଭା ଆସନରୁ ୨ ଥର ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରି ବିଜେଡି ଲୋକସଭାକୁ ପଠାଇଥିଲା । ପ୍ରଥମ ଲୋକସଭା ସାଂସଦ ଶକୁନ୍ତଳା ଲାଗୁରୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଚନ୍ଦ୍ରାଣୀ ମୁର୍ମୁ ଲୋକସଭା ଏମ୍‌ପି ଭାବେ ବିଜୟୀ ହୋଇଥିଲେ । ସେହିପରି ପ୍ରଥମଥର ପାଇଁ କୁଡୁମୀ ସମ୍ପ୍ରଦାୟର ମହିଳା ମିନାକ୍ଷୀ ମହାନ୍ତଙ୍କୁ ମଧ୍ୟ ବିଜେଡି ବିଜୟୀ କରି ବିଧାନସଭାକୁ ପଠାଇଥିଲା । ସମ୍ମାନଜନକ ଚମ୍ପୁଆ ଆସନରୁ ପ୍ରତିନିଧିତ୍ୱ କରୁଥିଲେ ମିନାକ୍ଷୀ । କ୍ଷମତାରେ ଥିବା ବେଳେ ଏହି ଦୁଇ ନାରୀନେତ୍ରୀଙ୍କ ପ୍ରଭାବ ଦଳରେ ଅନେକ ରହିଥିଲା । ମିନାକ୍ଷୀ ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ କେନ୍ଦୁଝର ରାଜନୀତିରେ ପ୍ରଭାବଶାଳୀ ଥିଲେ । ଖଣି ଅଞ୍ଚଳରେ ମିନାକ୍ଷୀଙ୍କ ବିନା ପତ୍ର ମଧ୍ୟ ହଲୁନଥିଲା । ବିଜେଡି ଶାସନ ସମୟରେ ତିନିମହଲାର ଆଶୀର୍ବାଦ ଯୋଗୁ କ୍ଷମତାର କେନ୍ଦ୍ରବିନ୍ଦୁ ମିନାକ୍ଷୀ ପାଲଟି ଯାଇଥିଲେ । ମିନାକ୍ଷୀଙ୍କ ପତିଆରା ବଢ଼ିବା ଯୋଗୁ ଅନେକ ପୁରୁଖା ବିଜେଡି ନେତାଙ୍କୁ ଅଣଦେଖା ମଧ୍ୟ କରାଯାଉଥିଲା । 

ସମୟ ଏମିତି ଆସିଲା ଯେ, ଏହି ଦୁଇନେତ୍ରୀଙ୍କୁ ଦଳ ଗତ ନିର୍ବାଚନରେ ଟିକେଟ୍‌ ମଧ୍ୟ ଦେଇନଥିଲା । ମିନାକ୍ଷୀଙ୍କ ବଦଳରେ ବିଜେଡି ସନାତନ ମହାକୁଡଙ୍କୁ ଚମ୍ପୁଆ ଆସନରେ ଲଢ଼ିବାକୁ ସୁଯୋଗ ଦେଇଥିଲା । ମିନାକ୍ଷୀଙ୍କ ସମର୍ଥକ ଦଳ ବିରୋଧି କାର୍ଯ୍ୟ କରିଥିଲେ ମଧ୍ୟ ସନାତନଙ୍କ ବିଜୟୀ ବାଟକୁ ରୋକିବାରେ ଅସଫଳ ହୋଇଥିଲେ । ସେହିପରି ଚନ୍ଦ୍ରାଣୀ ନିର୍ବାଚନରେ ନିରବ ରହିଥିଲେ ମଧ୍ୟ କେବଳ ସନାତନଙ୍କ ପାଇଁ ପ୍ରଚାରରେ ଗୋଡ କାଢ଼ିଥିଲେ । ନିର୍ବାଚନ ପରେ ଚନ୍ଦ୍ରାଣୀ ଓ ମିନାକ୍ଷୀଙ୍କ ପତିଆରା ଆହୁରି ହ୍ରାସ ପାଇଥିଲା । ବିଜେଡିର କୌଣସି କାର୍ଯ୍ୟକ୍ରମରେ ଏହି ଦୁଇ ମହିଳା ନେତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ସାଙ୍ଗଠନ ଠାରୁ ସେମାନେ ଦୂରେଇ ରହିବା ଫଳରେ ବିଜେଡିର ନୂଆ ସାଙ୍ଗଠନିକ ପଦପଦବିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇନଥିଲା । ନିକଟରେ ଗଠନ ହୋଇଥିବା ବିଜେଡି ସାଙ୍ଗଠନିକ ନିର୍ବାଚନରେ ଆଶିଷ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିବା ବେଳେ ବଦ୍ରୀନାରାୟଣ ପାତ୍ରଙ୍କୁ ରାଜ୍ୟ ସଙ୍ଗଠନର ବରିଷ୍ଠ ଉପସଭାପତି ସହିତ ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ର ଆବାହକ ପଦବି ମିଳିଛି । 

ସେହପରି ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଓ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ମାଧବ ସର୍ଦ୍ଦାରଙ୍କୁ ରାଜ୍ୟ ସଙ୍ଗଠନର ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିଛି । ଚନ୍ଦ୍ରାଣୀ ଓ ମିନାକ୍ଷୀ ଏବେ ଦଳରେ ଅଲୋଡା ହୋଇପଡିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ କିମ୍ବା ଜିଲ୍ଲାସ୍ତରୀୟ ବିଜେଡି କାର୍ଯ୍ୟକ୍ରମରେ ଏହି ଦୁଇ ନେତ୍ରୀଙ୍କୁ ଆଉ ଦେଖିବାକୁ ମିଳୁନି । ସଙ୍ଗଠନ ଠାରୁ ସେମାନେ ଦୂରେଇ ଯାଇଥିବାରୁ ଦଳ ମଧ୍ୟ ସେମାନଙ୍କୁ ଆଉ ଖୋଜୁନାହିଁ । ସନାତନଙ୍କ ଆଶୀର୍ବାଦରୁ ଏହି ଦୁଇ ମହିଳା ବିଜୟୀ ହୋଇଥିବା ବେଳେ ଦଳରେ ପ୍ରଭାବଶାଳୀ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ମିନାକ୍ଷୀଙ୍କ ପ୍ରଧାନ ଶତ୍ରୃ ପାଲଟିଥିଲେ ସନାତନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇଜଣ ମୁହାଁମୁହିଁ ହୋଇଥିଲେ । ସନାତନଙ୍କ ଠାରୁ ସମସ୍ତ ଖଣି ବ୍ୟବସାୟ ଛଡାଇ ନେଇଥିଲେ । ମାତ୍ର କ୍ଷମତା ଯିବା ପରେ ଓ ସନାତନ ବିଧାୟକ ହୋଇଥିବାରୁ ମିନାକ୍ଷୀ ବିଜେଡିରେ ନଥିବା ଭଳି ଜଣାପଡୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.