ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ଓଏମସି ଏମଡି

Published By : Suraj Kumar | November 23, 2024 11:12 PM

ଭୁବନେଶ୍ବର, ୨୩।୧୧ : ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ୧୨ ଜଣ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।  ଓଏମଡି ଏମଡିରେ ପରିବର୍ତ୍ତନ କରାଯାଇଛି। ସୁଧାଂଶୁ ମୋହନ ସାମଲଙ୍କୁ ଓଏମସି ଏମଡି ଭାବେ ଦାୟିତ୍ବ ଦିଆଯାଇଛି।  ଏହା ସହ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବରେ ରହିବେ।

ସେହିପରି ସ୍ମିତା ରାଉତଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦେଶିକା ଭାବେ ଦାୟିତ୍ବ ଦିଆଯାଇଛି।  ତ୍ରିଲୋଚନ ମାଝୀଙ୍କୁ  ଗୃହ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଯାମିନି ଷଡଙ୍ଗୀଙ୍କୁ ସିଟି ଆଣ୍ଡ ଜିଏସଟି କମିଶନର  ଓ  ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ନୂଆ ଶ୍ରମ କମିଶନର ଭାବେ ଦାୟିତ୍ବ ଦିଆଯାଇଛି।  ବିଜୟ ପୃଷ୍ଟିଙ୍କୁ ଇଷ୍ଟେଟ ନିର୍ଦେଶକ ଓ  ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡା ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।  

ଚିତ୍ରା ଅରୁମୁଗମଙ୍କୁ ଶ୍ରମ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ଦିଆଯାଇଛି। ପୋମା  ଟୁଡୁଙ୍କୁ ଏସଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। କ୍ରୀଡ଼ା ନିର୍ଦ୍ଦେଶକ ଥିବା ସିଦ୍ଧାର୍ଥ ଦାସଙ୍କୁ ସମବାୟ ସଂସ୍ଥାର ରେଜିଷ୍ଟ୍ରାର ପଦରେ ନିଯୁକ୍ତ କରାଯାଇଛି। ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବନ ଜୀବିକାର ମିଶନର ନିର୍ଦ୍ଦେଶିକା ଦାୟିତ୍ଵ ଦିଆଯାଇଛି।   ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ  ସତ୍ୟବ୍ରତ ରାଉତଙ୍କ ଦିଆଯାଇଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.