ପ୍ରତ୍ୟେକ ମଣିଷ ଫିଟ୍‌ ରହିପାରିବେ । ସେଥିପାଇଁ ଅଳ୍ପ ବୟସରୁ ଜୀବନଶୈଳୀରେ ପରିବର୍ତ୍ତନ ନ ଆଣିଲେ ବୟସ ବଢିବା ପରେ ତା’ର କୁପରିଣାମ ଭୋଗିବାକୁ ପଡିପାରେ । ତେଣୁ ବେଳହୁଁ ସାବଧାନ ହେବା ଉଚିତ୍‌ । ଏଥିପାଇଁ ମାତ୍ର ୫ଟି ଦିଗ ପ୍ରତି ଧ୍ୟାନ ଦେଲେ ଯଥେଷ୍ଟ । ଆମେ ନିୟମିତ ଜୀବନରେ କିଛି ନା କିଛି ଭୁଲ୍‌ କରିଥାଉ । କିନ୍ତୁ ଏହା ଫିଟ୍‌ନେସ୍‌ ଜୀବନରେ ବାଧକ ବୋଲି ଭାବିନଥାଉ। ଏହା କ୍ରମଶଃ ଜୀବନରେ ଖୁବ୍‌ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଏସବୁରେ ପରିବର୍ତ୍ତନ ଆଣିବା ସହ ଫିଟ୍‌ ରହିବାର ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ପ୍ରୟାସ କରିବା ଉଚିତ୍‌ । ଯେପରିକି-

ପ୍ୟାକେଜ୍‌ଡ ଓ ପ୍ରୋସେସ୍‌ଡ ଖାଦ୍ୟକୁ ନା’

ପ୍ରୋସେସ୍‌ଡ ଖାଦ୍ୟରେ ଅସ୍ୱାସ୍ଥ୍ୟକର ଫ୍ୟାଟ୍‌ ଓ ଅତ୍ୟଧିକ ଚିନି ବ୍ୟବହାର ହୋଇଥାଏ, ଯାହା ଶରୀର ପାଇଁ ଖୁବ୍‌ ହାନିକାରକ । ଯଦିଓ ଏହି ଖାଦ୍ୟକୁ ସ୍ୱାସ୍ଥ୍ୟକର ବୋଲି ଦାବି କରାଯାଏ, ତେବେ ଏଥିରେ ଅତିରିକ୍ତ ଚିନି ମିଶାଯାଉଥିବା କଥାକୁ ଅସ୍ୱୀକାର କରାଯାଇପାରିବନି । ଏହା ହିଁ ଶରୀର ପାଇଁ କ୍ଷତିକାରକ । ତେଣୁ ଏଭଳି ଖାଦ୍ୟଠାରୁ ଦୂରତା ବଜାୟ ରଖିବା ଜରୁରି । ଏହା ପରିବର୍ତ୍ତେ ଡାଏଟ୍‌ରେ ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ, ଫଳ ଓ ପନିପରିବା ଆଦିକୁ ସାମିଲ୍‌ କରନ୍ତୁ । ଫଳରେ ଶରୀରକୁ ସ୍ୱାସ୍ଥ୍ୟକର ଫ୍ୟାଟ୍ସ, ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ଓ ଖଣିଜ ପଦାର୍ଥ ମିଳିପାରିବ, ଯାହାଦ୍ୱାରା ଆପଣ ଫିଟ୍‌ ରହିପାରିବେ । 

ଅଧିକ ରାତି ଯାଏ ଅନିଦ୍ରା ରୁହନ୍ତୁନି 

ପ୍ରାୟ ୟଙ୍ଗଷ୍ଟାର୍‌ ରାତିରେ ଶୋଇବା ପରିବର୍ତ୍ତେ ଫିଲ୍ମ ଦେଖିବା କିମ୍ବା ପାର୍ଟି ଆଦିରେ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ସେମାନଙ୍କୁ ଲାଗିଥାଏ ଯେ ଏପରି କରିବା ଦ୍ୱାରା ନିଜକୁ ସତେଜ ରଖିବା ସହଜ । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ରାତିରେ ଡେରି ଯାଏ ଅନିଦ୍ରା ରହିବା ଦ୍ୱାରା ନିଦ ପୁରା ହୋଇପାରେନା । ଏହା ସହିତ ସର୍କିଡିୟନ୍‌ ରିଦିମ୍‌ ଅର୍ଥାତ୍‌ କାଳାନୁକ୍ରମିକ । ମଣିଷର ମସ୍ତିଷ୍କ ଆଲୋକ ଓ ଅନ୍ଧାର ଦ୍ୱାରା ହିଁ ବାହାର ବାତାବରଣ ସହ ମିଶି ତାଳମେଳ ପକାଇଥାଏ । ତେଣୁ ସର୍କିଡିଆନ୍‌ ରିଦିମ୍‌ ବିଗିଡିବା ଦ୍ୱାରା ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ଓଜନ ବଢିବା ଓ କମିବା ପରି ସମସ୍ୟା ସୃଷ୍ଟି ହୋଇଥାଏ । 
ଖାଇବା ଅଭ୍ୟାସରେ ପରିବର୍ତ୍ତନ 
କ’ଣ ଖାଉଛନ୍ତି, ତା’ ସହିତ କେମିତି ଓ କେତେବେଳେ ଖାଉଛନ୍ତି । ତାହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏସବୁ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଖାଇବା ସମୟ ଓ ଆଗ୍ରହ ବ୍ୟକ୍ତିର ଫିଟ୍‌ନେସ୍‌ ଉପରେ ଖୁବ୍‌ ପ୍ରଭାବ ପକାଇଥାଏ । ସେଥିପାଇଁ ଖାଇବା ସମୟକୁ ସୁର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହ ମ୍ୟାଚ୍‌ କରିବାକୁ ଚେଷ୍ଟା କରନ୍ତୁ । ଏହାବ୍ୟତୀତ ନିଜ ଖାଇବା ଆଗ୍ରହକୁ ନିୟନ୍ତ୍ରଣ କରିବା ଉଚିତ୍‌ । ଏକାଥରକେ ଅଧିକ ନ ଖାଇ ସେତିକି ଖାଦ୍ୟକୁ ଦୁଇଥରରେ ଖାଇବା ଉଚିତ୍‌ । ଏହା ଫିଟ୍‌ ରହିବାରେ ଖୁବ୍‌ ସହାୟତା କରିଥାଏ । 

ସର୍ଟକର୍ଟ ଆପଣାନ୍ତୁ ନାହିଁ

 ଅଧିକାଂଶ ଲୋକ ଓଜନକୁ କମ୍‌ କରିବା ପାଇଁ ହେଉ ଅବା ବଢାଇବା ପାଇଁ ସହଜ ବାଟ ଆପଣାଇଥାନ୍ତି । କିନ୍ତୁ ଏହା କ୍ଷତିକାରକ ହୋଇପାରେ । ସେଥିପାଇଁ ଓଜନ ବଢାଇବା କିମ୍ବା କମାଇବା ପାଇଁ କୌଣସି ପାନୀୟ ବା ସପ୍ଲିମେଣ୍ଟର ସହାୟତା ନିଅନ୍ତୁ ନାହିଁ । ବରଂ ଏହା ପରିବର୍ତ୍ତେ ଦୀର୍ଘସ୍ଥାୟୀ ଅଭ୍ୟାସ ଆପଣାଇବାକୁ ଦ୍ୱାରା ବିନା ସମସ୍ୟାରେ ମଧ୍ୟ ଫିଟ୍‌ ରହିପାରିବେ । ନିୟମିତ ବ୍ୟାୟାମକୁ ଗୁରୁତ୍ୱ ବ୍ୟାୟାମ କରିବା ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ । ଏହା ଆପଣଙ୍କୁ ଫିଟ୍‌ ସହ ସୁସ୍ଥ ରଖିଥାଏ । ଏଥିପାଇଁ ନିୟମିତ ବ୍ୟାୟାମ କରିବାକୁ ଗୁରୁତ୍ୱ ଦେବା ଆବଶ୍ୟକ ।