ନୂଆଦିଲ୍ଲୀ, ୪/୧୧ : ଫ୍ରି, ଫ୍ରି, ଫ୍ରି... ଆଜିଠୁ ଚାଟ୍ ଜିପିଟି ଗୋ ଫ୍ରି। ଫଟୋ, ଭିଡିଓ କ୍ରିଏଟ୍ କରିବା ହେଉକି ଫାଇଲ୍ ଅପଲୋଡ୍ ଏବେ ଚାଟ୍ ଜିପିଟିରେ ସବୁ ଫ୍ରି। ବର୍ଷେ ଯାଏଁ ଦେବ ମାଗଣା ସେବା। ଭାରତୀୟ ୟୁଜର୍ସଙ୍କୁ ଓପୋନ ଏଆଇର ବଡ଼ ଉପହାର। ଲିମିଟେଡ୍ ଟାଇମ୍ ପ୍ରମୋସନରେ ଭାରତରେ ଏକ ବର୍ଷ ପାଇଁ ମାଗଣାରେ ଉପଲବ୍ଧ ହେବ ଚାଟ୍ ଜିପିଟି ଗୋ। ଗତ ସପ୍ତାହରେ ବେଙ୍ଗାଲୁରୁରେ ଆୟୋଜିତ ଡେଭଡେ ଏକ୍ସଚେଞ୍ଜ୍ ଇଭେଣ୍ଟରେ କମ୍ପାନୀ ନିଃଶୁକ୍ଳ ସେବା ପାଇଁ ଏନେଇ ଘୋଷଣା କରିଥିଲା। 

ଚାଟ୍‌ବଟ୍‌ର ଚାଟ୍ ଜିପିଟି ଭାରତରେ ଖୁବ୍ ଲୋକପ୍ରିୟ। ଛାତ୍ର ହୁଅନ୍ତୁ କି ଡେଭଲପର୍ସ ବିଭିନ୍ନ କାର୍ଯ୍ୟ ପାଇଁ ଚାଟ୍ ଜିପିଟି ଉପରେ ନିର୍ଭର କରନ୍ତି। ଏହା ଭାରତରେ ଆରମ୍ଭ ହେବାର ମାତ୍ର ଏକ ମାସ ଭିତରେ ପେଡ୍ ୟୁଜରଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଥିଲା। ଏବେ ଓପୋନ ଏଆଇ ଏହାକୁ ସମ୍ପୂର୍ଣ୍ଣ ମାଗଣା ଘୋଷଣା କରିବା ପରେ ୟୁଜରଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ଏବେ ମାଗଣା Go ସଂସ୍କରଣରେ ୟୁଜରମାନେ ଅଧିକ ଜଟିଳ ପ୍ରଶ୍ନର ସମାଧାନ କରିପାରିବେ। ଅଧିକ ଫଟୋ କ୍ରିଏଟ୍ କରିପାରିବେ ଏବଂ ଚାଟବଟ୍‌ର ଉନ୍ନତ ଫିଚରଗୁଡ଼ିକୁ ବ୍ୟବହାର କରିପାରିବେ। ଲିମିଟେଡ୍ ଟାଇମ୍ ପ୍ରମୋସନ ଅବଧିରେ ଯେଉଁ ୟୁଜରମାନେ ସାଇନ୍ ଅପ୍ କରିବେ ସେହି ୟୁଜରଙ୍କୁ ବର୍ଷେ ଯାଏଁ ମାଗଣା ସେବା ମିଳିବ। ସେହିପରି ଯେଉଁମାନେ ପେଡ୍ ୟୁଜର, ସେମାନଙ୍କୁ ମଧ୍ୟ ୧୨ ମାସର ମାଗଣା ସେବା ମିଳିବ।

କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ChatGPT GO ପ୍ଲାନ୍ ଲଞ୍ଚ କରିଥିଲା ​​ଏବଂ ଅଗଷ୍ଟରେ ଭାରତରେ ଲଞ୍ଚ କରିଥିଲା। ଏହି ପ୍ଲାନ୍‌ରେ ୟୁଜରମାନଙ୍କୁ କମ୍ପାନୀ କମ୍ ମୂଲ୍ୟରେ ପ୍ରିମିୟମ୍ ଫିଚର ଗୁଡ଼ିକ ଆକ୍ସେସ୍ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି।