ନୂଆଦିଲ୍ଲୀ: OpenAI ଭାରତରେ ଏହାର "ChatGPT Go" ସବସ୍କ୍ରିପସନ୍ ପ୍ଲାନ୍ ଗୋଟିଏ ବର୍ଷ ପାଇଁ ମାଗଣା କରିବାକୁ ଯାଉଛି । ଏହି ଅଫର୍ ଭାରତୀୟ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୪, ୨୦୨୫ ଠାରୁ ଆରମ୍ଭ ହେବ । ବର୍ତ୍ତମାନ ଭାରତରେ ଏହି ସବସ୍କ୍ରିପସନର ମୂଲ୍ୟ ପ୍ରତି ମାସରେ ୩୯୯ ଟଙ୍କା । ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ପ୍ରତିବର୍ଷ ୪୭୮୮ ଟଙ୍କା ଫାଇଦା ପାଇବେ। ଚାଟଜିପିଟି ଗୋରେ ଉପଭୋକ୍ତା ଅଧିକ ଚାଟ୍ ଏବଂ ଇମେଜ୍ ସୃଷ୍ଟି କରିବାକୁ ସୁଯୋଗ ପାଇବେ । ChatGPT Go ହେଉଛି OpenAIର ମିଡିୟମ୍ ପ୍ରିମିୟମ୍ ଯୋଜନା। କମ୍ପାନୀ କହିଛି ଯେ, ଭାରତ ଏହାର ଦ୍ୱିତୀୟ ବୃହତ୍ତମ ଏବଂ ଦ୍ରୁତ ବୃଦ୍ଧି ପାଉଥିବା ବଜାର।
ଏହି ସବସ୍କ୍ରିପସନର ମୂଲ୍ୟ ବର୍ତ୍ତମାନ ଭାରତରେ ପ୍ରତି ମାସରେ ୩୯୯ ଟଙ୍କା । କିନ୍ତୁ ଏହା ନଭେମ୍ବର ୪ରୁ ଗୋଟିଏ ବର୍ଷ ପାଇଁ ମାଗଣା ହେବ। ଫଳରେ ଲୋକେ ୪୭୮୮ ଟଙ୍କାର ଲାଭ ପାଇବେ । ଏହି ଅଫର ଗୋ’ ସବସ୍କ୍ରାଇବରମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଅର୍ଥାତ୍, ଯଦି ଆପଣ ପୂର୍ବରୁ ଦେୟ ଦେଉଛନ୍ତି, ତେବେ ଆପଣ ସେହି ପରିମାଣର ରିଫଣ୍ଡ କିମ୍ବା କ୍ରେଡିଟ୍ ପାଇପାରିବେ।
ଅଫିସିଆଲ୍ OpenAI ୱେବସାଇଟ୍ କିମ୍ବା ଆପକୁ ଯାଇ ସାଇନ ଅପ୍ କରିପାରିବେ । ନଭେମ୍ବର ୪ ପରେ ସାଇନ୍ ଅପ୍ କରନ୍ତୁ କିମ୍ବା ଲଗଇନ୍ କରନ୍ତୁ। ସ୍ଥାନ ଭାରତ ଉପରେ କ୍ଲିକ କରନ୍ତୁ । ଏହି ଅଫର କେବଳ ଭାରତୀୟ ଉପଭୋକ୍ତାଙ୍କୁ ମିଳିବ । ChatGPT Go ଲଞ୍ଚ ହେବା ପରଠାରୁ ଭାରତରେ ଦେୟଯୁକ୍ତ ସଦସ୍ୟତା ଦ୍ୱିଗୁଣିତ ହୋଇଛି। ମାଗଣା ଅଫର ମାଧ୍ୟମରେ କମ୍ପାନୀ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି କରିବା ସହ ମେଟ୍ରୋ ସହର ବାହାରେ AIର ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି ।
ଗୁଗୁଲ୍ ଏବଂ ପର୍ପ୍ଲେକ୍ସିଟି ମାଗଣା ଯୋଜନା ଦେଉଥିବାରୁ ଚାଟଜିପିଟି ମଧ୍ୟ ମାଗଣା ହେବାକୁ ଯାଉଛି । ଗୁଗୁଲ୍ ଏହାର AI ପ୍ରୋ ସଦସ୍ୟତା (ବାର୍ଷିକ ୧୯,୫୦୦ ଟଙ୍କା) ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋଟିଏ ବର୍ଷ ପାଇଁ ମାଗଣା କରିଛି। ପର୍ପ୍ଲେକ୍ସିଟି ମଧ୍ୟ ମାଗଣାରେ ଏହାର ପ୍ରିମିୟମ୍ ଯୋଜନା ପ୍ରଦାନ କରିବା ପାଇଁ ଏୟାରଟେଲ୍ ସହିତ ଚୁକ୍ତି କରିଛି ।