ନୂଆଦିଲ୍ଲୀ: ମୃତଦେହ ସହ ସେକ୍ସ ବା ଶାରୀରିକ ସଂପର୍କ ରଖିବା ଭୟଙ୍କର କୃତ୍ୟ କିନ୍ତୁ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ଼ ହାଇକୋର୍ଟ ରାୟ ଦେଇଛନ୍ତି । ଆଉ ଏହି କାର୍ଯ୍ୟ କରିଥିବା ଲୋକ ବିରୋଧରେ ଧାରା ୩୭୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।  । ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ନେଇ ରାୟକୁ ସମର୍ଥନ କରି ଛତିଗଡ଼ ହାଇକୋର୍ଟ ଏହା କହିଛନ୍ତି । ନିଲୁ ନାଗେଶ, ଜଣେ ନାବାଳିକାଙ୍କ ମୃତଦେହ ସହ ଶାରୀରିକ ସଂପର୍କ ରଖିବା(ନେକ୍ରୋଫିଲା) ଅଭିଯୋଗରେ ଗିରଫ ହୋଇଥିଲା । ତା’ ବିରୋଧରେ ଅନ୍ୟ ଧାରରେ ମଧ୍ୟ ମାମଲା ରୁଜୁ ହୋଇଛି । 

କୋର୍ଟ କହିଛନ୍ତି, ପୀଡ଼ିତା ଜୀବିତ ଥିଲେ ହିଁ ଅଭିଯୁକ୍ତ ବିରୋଧରେ ଦୁଷ୍ମର୍ମ ନେଇ ମାମଲା ହୋଇପାରିବ । ଏହା ସହ କୋର୍ଟ ଆହୁରି କହିଛନ୍ତି, ମୃତଦେହ ସହ ଶାରୀରିକ ସଂପର୍କ ରଖତବର ଅତ୍ୟନ୍ତ ଘୃଣ୍ୟ ଏବଂ ଭୟଙ୍କର କାର୍ଯ୍ୟ । ଏହାକୁ ଭାବିବା ବି ଅସମ୍ଭବ କିନ୍ତୁ ଏହା ଦୁଷ୍ମର୍ମ ନୁହେଁ ବୋଲି ଜଷ୍ଟିସ ରମେଶ ସିହ୍ନା ଏବଂ ଜଷ୍ଟିସ ବିଭୁଦତ୍ତ ଗୁରୁଙ୍କ ଖଣ୍ଡପୀଠ କହିଛନ୍ତି ।  ଏହା ସହ ଅଭିଯୁକ୍ତ ବିରୋଧରେ ଧାରା ୩୬୩, ୩୭୬ (୩) , ପୋକ୍ସୋ ଆକ୍ଟ,୨୦୧୨ ଏବଂ ୩(୨୦)(ଭି) ୧୯୮୯ ଆକ୍ଟ ଅଧୀନରେ ମାମଲା ହୋଇପାରିବ ନାହିଁ । ଏହି ସବୁ ଧାରା ପୀଡ଼ିତା ଜୀବିତ ଥିଲେ ହିଁ ଲାଗିପାରିବ ବୋଲି ଖଣ୍ଡପୀଠ ନିଜ ରାୟରେ କହିଛନ୍ତି । 

ମାମଲା ଅନୁସାରେ, ଦୁଇ ଜଣ ଲୋକ ଜଣେ ନାବାଳିକାଙ୍କୁ ଅପହରଣ କରିବା ସହ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଏପରିକି ନାବାଳିକାଙ୍କ ମୃତଦେହକୁ ସେମାନେ ଛାଡ଼ିନଥିଲେ । ଏହି ମାମଲାରେ ନାଗେଶ ଏବଂ ତାର ସହଯୋଗୀ ନୀତିନ ଯାଦବ ବିରୋଧରେ ବିଭିନ୍ନ ମାମଲା ରୁଜୁ ହୋଇଛି । ନୀତିନ ଯାଦବ ବିରୋଧରେ ଦୁଷ୍କର୍ମ, ଅପହରଣ ଏବଂ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ତାକୁ ଆଜୀବନ ଜେଲ ଦଣ୍ଡ ମିଳିଛି । ସେପଟେ ତାର ସହଯୋଗୀ ନାଗେଶ ବିରୋଧରେ ପ୍ରମାଣ ଲୁଚାଇବା ନେଇ ମାମଲା ହୋଇଛି । ଏହା ସହ ତା ବିରୋଧରେ ନେକ୍ରୋଫିଲା (ମୃତଦେହ ସହ ଦୁଷ୍କର୍ମ) ମାମଲା ରହିଛି ।  ଏହି ମାମଲାରେ କୋର୍ଟ ତାକୁ କ୍ଲିନଚିଟ୍‌ ଦେଇଥିବା କୁହାଯାଉଛି ।