କଟକ,୦୭/୧୦: ଚାନ୍ଦିମେଢ ଓ  ସୁନା ମୁକୁଟର ସ୍ୱତନ୍ତ୍ରତା ନେଇ ପରିଚିତ  ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ଏଥର  ଚାନ୍ଦିମେଢକୁ ନୂଆ ରୂପରେ ଦେଖିବାକୁ  ମିଳିବ । ପ୍ରଥମଥର ପାଇଁ ମେଢରେ  ଲାଇଟ୍‌ କାମ କରି ଆକର୍ଷଣ ସୃଷ୍ଟି  କରିବାକୁ ଯାଉଛି ଚାଉଳିଆଗଞ୍ଜ ପୂଜା  କମିଟି । ପୂର୍ବରୁ ଅଲିଶାବଜାର, ଖାନ୍‌ନଗର  ମେଢରେ ଲାଇଟ୍‌ କାମ କରି ସାରିଥିବା  ବେଳେ ଚଳିତ ବର୍ଷ ଚାଉଳିଆଗଞ୍ଜ ଏହି  ଆକର୍ଷଣକୁ ଯୋଡ଼ିବ । 

କଟକ ସହରରେ  ସ୍ୱତନ୍ତ୍ର ମା’ଙ୍କ ମୁଖମଣ୍ଡଳ ଓ ସୁନ୍ଦର  ମେଢ ପାଇଁ ପରିଚିତ ଚାଉଳିଆଗଞ୍ଜ  ପୂଜା କମିଟି ୧୯୨୫ ମସିହାରେ ଗଠନ  ହୋଇଥିଲା । ୧୯୬୨ ମସିହାରେ ମୃଣ୍ମୟୀ  ମୂର୍ତ୍ତି ଓ ୧୯୯୧ ମସିହାରେ ନୂତନ ମଣ୍ଡପ  ନିର୍ମାଣ କରାଯାଇଥିଲା । ୧୯୯୯ ମସିହାରେ  ଚାନ୍ଦିମେଢ କରାଯାଇଥିବା ବେଳେ ୨୦୦୭  ମସିହାରେ ସୁନା ମୁକୁଟ ଶୋଭା ପାଇଥିଲା ।  ଚଳିତ ବର୍ଷ ଏହି ଆକର୍ଷଣରେ ନୂଆ ବିଭବ  ଯୋଡ଼ି ହେବାକୁ ଯାଉଛି । ଚାନ୍ଦିମେଢର  ଆକର୍ଷଣ ବଢାଇବ ଲାଇଟ୍‌ କାମ ।