ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ରାଜଧାନୀରେ ଶସ୍ତାରେ ମିଳିବ ଘର, ଭଡ଼ା ଘର ବି ଯୋଗାଇବେ ସରକାର

Published By : Manoj | August 22, 2025 12:54 PM

ଭୁବନେଶ୍ୱର,୨୨/୦୮: ରାଜଧାନୀରେ  ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଘର ତୋଳିବାର  ସ୍ୱପ୍ନ ପୂରଣ ହେବ । ସରକାର ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେବେ ଘର । ଖାଲି ଘର ନୁହେଁ,  କମ ଦରରେ ଭଡ଼ା ଘର ବି ଯୋଗାଇ ଦେବେ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି ।  

ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ସାଧାରଣ  ଲୋକେ ଘର ଖଣ୍ଡିଏ ନିର୍ମାଣ କରିବା ସମ୍ଭବ  ହେଉନି । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମ  (ଓଏସ୍‌ଏଚ୍‌ବି) ପକ୍ଷରୁ ରାଜଧାନୀରେ ଅଧିକ  ସଂଖ୍ୟର ଘର ନିର୍ମାଣ କରି ଯୋଗାଇ ଦିଆଯିବ ।  ପିପିପି ମୋଡ୍‌ରେ ଘର ତିଆରି କରିବାକୁ ସରକାର  ସ୍ଥିର କରିଛନ୍ତି । ଘର ତିଆରି ପାଇଁ ଟେଣ୍ଡର ଆହ୍ୱାନ  କରାଯିବ । କୋଅପରେଟିଭ ବ୍ୟାଙ୍କ ସହ ମଧ୍ୟ  ସହବନ୍ଧିତ ହେବେ ସରକାର । କୋଅପରେଟିଭ  ବ୍ୟାଙ୍କ ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା  ସହ ସୁଲଭ ମୂଲ୍ୟରେ ଋଣ ଯୋଗାଇଦେବ ।  ପ୍ରାଥମିକ ଭାବେ ଏଭଳି ଗୃହ ନିର୍ମାଣ ପାଇଁ  ଭୁବନେଶ୍ୱରର ଦୁଇଟି ଜାଗାକୁ ସରକାର ଚିହ୍ନଟ  କରିଛନ୍ତି । ଗାଡ଼କଣରେ ୫ ଏକର ଜାଗା ଚିହ୍ନଟ  କରାଯାଇଛି । ସେହିପରି ଘାଟିକିଆରେ ମଧ୍ୟ ଜାଗା  ଚିହ୍ନଟ ହୋଇଛି । ସାଧାରଣ ପ୍ରଶାସନ ବିଭାଗ  ପକ୍ଷରୁ ମାଗଣାରେ ଜାଗା ଯୋଗାଇ ଦେବାକୁ  ନଗର ଉନ୍ନୟନ ବିଭାଗ ଚିଠି କରିବ । 

ଏମ୍‌ଆଇଜି, ଏଲ୍‌ଆଇଜି, ଏଲ୍‌ଆଇଜି -୧,  ଏମ୍‌ଆଇଜି-୨ ଆଦି ୪ କିସମର ଘର ତିଆରି  କରିବେ ସରକାର । ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା  ଭିତରେ ଏହି ସବୁ ଘର ମିଳିବ । ଫଳରେ ସ୍ୱଳ୍ପ  ଆୟକାରୀ ତଥା ମଧ୍ୟବିତ୍ତ ପରିବାରର ସହର  ଭିତରେ ଘର ସ୍ୱପ୍ନ ପୂରଣ ହେବ । ଲଟେରି  ମାଧ୍ୟମରେ ଘର ଆବଣ୍ଟନ କରାଯିବ ବୋଲି  କହିଛନ୍ତି ମନ୍ତ୍ରୀ । ଧନୀ ଲୋକମାନେ ଏହି ଘର  ପାଇଁ ଆବେଦନ କରିପାରିବେନି ।  

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସହରକୁ  ବସ୍ତିଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ  ଯାଉଛନ୍ତି ସରକାର । ଏଥିଲାଗି ଭୁବନେଶ୍ୱରରେ  ୨୫ ହଜାର ନୂଆ ଆବାସ ନିର୍ମାଣ କରାଯିବ ।  ମିଳିତ ଭାବେ ବିଡିଏ ଓ ବିଏମ୍‌ସି ୯୦ ଦିନ  ଭିତରେ ଏଥିଲାଗି ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ରାଜଧାନୀ ଭୁବନେଶ୍ୱର  ନୁହେଁ, କଟକ ମହାନଗର ନିଗମ, ରାଉରକେଲା,  ସମ୍ବଲପୁର ଓ ବ୍ରହ୍ମପୁରରେ ରାଜ୍ୟ ସରକାର  ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ । ଓଡ଼ିଶା  ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ  ମିଶି ଏହି ସବୁ ଘର ତିଆରି କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.