ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଧମାକା କରିପାରିଲେ ନାହିଁ ଧୋନୀ, ସିଏସ୍‌କେକୁ ୨୫ ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Tapas Panda | April 5, 2025 7:48 PM

Image Courtesy: abplive

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୨୫ ରନରେ ପରାସ୍ତ କରିଛି। ଦିଲ୍ଲୀ IPL 2025 ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ସିଏସକେ ଲଗାତାର ତୃତୀୟ ପରାଜୟ ବରଣ କରିଛି। ଚେପକ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୮୩ ରନ୍ କରିଥିଲା । ଜବାବରେ ଚେନ୍ନାଇ ମାତ୍ର ୧୫୮ ରନ୍ କରିପାରିଥିଲା। ବିଜୟ ଶଙ୍କର ୬୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କର ଖରାପ ଷ୍ଟ୍ରାଇକ୍ ରେଟ୍ ଚେନ୍ନାଇ ଦଳକୁ ବହୁତ କ୍ଷତି ପହଞ୍ଚାଇଥିଲା। 

ଚେନ୍ନାଇ ସୁପର କିଙ୍ଗସକୁ ୧୮୪ ରନର ଟାର୍ଗେଟ ମିଳିଥିଲା। ସିଏସକରେ ଆରମ୍ଭ ବହୁତ ଖରାପ ହୋଇଥିଲା କାରଣ ରଚିନ ରବିନ୍ଦ୍ର ୩ ରନ, ଅଧିନାୟକ ଋତୁରାଜ ଗାୟକ୍ବାଡ ୫ ରନ  ଏବଂ ଡେଭନ କନୱେ  ୧୩  ରନ କରି ଆଉଟ ହୋଇଥିଲେ। ଚେନ୍ନାଇ ୪୧ ରନ୍ ସୁଦ୍ଧା ୩ ୱିକେଟ୍ ହରାଇ ଥିଲା। ଏପରି ପରିସ୍ଥିତିରେ ଅଲରାଉଣ୍ଡର ବିଜୟ ଶଙ୍କର ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୬୯ ରନ କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ମାତ୍ର ୧୨୭.୭୮।

ଚେନ୍ନାଇକୁ ଶେଷ   ୫ ଓଭରରେ ଜିତିବା ପାଇଁ  ୭୮ ରନ ଆବଶ୍ୟକ ଥିଲା । ବିଜୟ ଶଙ୍କର ଡେଥ ଓଭରରେ ବଡ଼ ସଟ ଖେଳିପାରି ନଥିଲେ । ଆଜି ୧୧ତମ ଓଭରରେ ଚେନ୍ନାଇ ପାଇଁ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୨୬ ବଲ୍‌ରେ ୩୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।  ଏହି ସମୟରେ ସେ କେବଳ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିପାରିଥିଲେ। ଧୋନୀ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇକୁ ଏକ ସ୍ମରଣୀୟ ବିଜୟ ଦେବାର ଆଶା କରାଯାଉଥିଲା । କିନ୍ତୁ ତାଙ୍କର ୧୧୫.୩୮ର ଧିର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ଚେନ୍ନାଇର ପରାଜୟର ଏକ ବଡ଼ କାରଣ ପାଲଟିଲା।

ପୂର୍ବରୁ ଦିଲ୍ଲୀ, ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୧ ୱିକେଟରେ, ତା'ପରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଥିଲା ଏବଂ ଏବେ ସିଏସକେକୁ ୨୫ ରନରେ ପରାସ୍ତ କରିଛି।  ଧୋନିଙ୍କ ଦଳ ଆରସିବି, ରାଜସ୍ଥାନ ରୟାଲ୍ସ ଏବଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.