ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସାନ୍ତାଳୀ ଭାଷାରେ ଛବିଳ ‘ବର୍ଣ୍ଣବୋଧ, ଖୁବ୍‌ଶୀଘ୍ର ବଜାରରେ ହେବ ଉପଲବ୍ଧ

Published By : Prameya | May 9, 2025 11:18 AM

କଟକ,୦୯/୦୫: ସାନ୍ତାଳୀ ଭାଷାରେ ପ୍ରକାଶ ପାଇବାକୁ ଯାଉଛି ଛବିଳ ‘ବର୍ଣ୍ଣବୋଧ’ । ଆସନ୍ତା କିଛି ଦିନ ଭିତରେ ଏହା ବଜାରରେ ଉପଲବ୍ଧ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ପ୍ରାନ୍ତୀୟ ତଥା ଆଦିବାସୀ ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବ ।  ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ଏଭଳି ଅଭିନ ଉଦ୍ୟମ ଆରମ୍ଭ କରାଯାଉଥିବା ବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହା ପ୍ରଚଳନ ହେବାର ସୁଯୋଗ ସୃଷ୍ଟି କରିବ । ପୁସ୍ତକର ମୂଳ ଡିଜାଇନ୍‌ ଯାହା ରହିଛି ସେୟା ରହିବ, କେବଳ  ଓଡ଼ିଆ ବଦଳରେ ସାନ୍ତାଳୀ ଭାଷାରେ ଛପାଯାଉଛି । 

ଓଡ଼ିଆ ବର୍ଣ୍ଣବୋଧ ହେଉଛି ଓଡ଼ିଆ ଭାଷାର ମୂଳ ଆଧାର ପୁସ୍ତକ । ଯାହା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ବର୍ଣ୍ଣମାଳା,  ଶବ୍ଦ ଓ ମୌଳିକ ବ୍ୟାକରଣ ଶିଖାଇବା ପାଇଁ ବ୍ୟବହୃତ  ହୁଏ । ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ତରଫରୁ ପ୍ରତିବର୍ଷ ପ୍ରାୟ  ୩୫ ଲକ୍ଷ ଛବିଳ ମଧୁ ବର୍ଣ୍ଣବୋଧ ବିକ୍ରି କରାଯାଉଛି । ସାନ୍ତାଳୀ ଭାଷା ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦୁଝରର ରାଜେନ୍ଦ୍ର ହାଁସଦା କିଛି ମାସ ପୂର୍ବରୁ ଓଡ଼ିଶା  ବୁକ୍‌ ଏମ୍ପୋରିୟମ୍‌କୁ ସାନ୍ତାଳୀ ଭାଷାରେ ବର୍ଣ୍ଣବୋଧ ଛାପିବାକୁ ଅନୁରୋଧ କରିଥିଲେ । ଏହାର ପାଣ୍ଡୁଲିପି  ଆଣି ପ୍ରକାଶନୀ ସଂସ୍ଥାର ସତ୍ତ୍ୱାଧିକାରୀ ଶିବାଶିଷ କରଙ୍କୁ  ଭେଟିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ପୁସ୍ତକ  ଛପା ଯାଇଥିବା ବେଳେ ଆସନ୍ତା ସପ୍ତାହେ ଭିତରେ  ଏହା ବଜାରରେ ଉପଲବ୍ଧ ହେବ ବୋଲି ଶ୍ରୀ କର  କହିଛନ୍ତି । ପୁସ୍ତକ ବଜାରକୁ ଯିବା ପୂର୍ବରୁ ପ୍ରକାଶନୀ  ସଂସ୍ଥା ତରଫରୁ ଏହାର କଭର ଫଟୋ ସାମ୍ନାକୁ ଆସିଛି । 

ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି  ଜିଲ୍ଲାରେ ସାନ୍ତାଳୀ ଭାଷାର ବହୁଳ ବ୍ୟବହାର ଦେଖିବାକୁ  ମିଳେ । ସେହିପରି ଝାଡ଼ଖଣ୍ଡରେ ସାନ୍ତାଳ ଜନଜାତିର  ବଡ଼ ଜନସଂଖ୍ୟା ରହିଛି । ପଶ୍ଚିମବଙ୍ଗର ମେଦିନାପୁର,  ବାଙ୍କୁଡ଼ା, ପୁରୁଲିଆ ସମେତ ବିହାରର ପୂର୍ବାଞ୍ଚଳ ଜିଲ୍ଲାଗୁଡ଼ିକରେ ସାନ୍ତାଳୀ ଭାଷା ବ୍ୟବହାର କରାଯାଏ ।  ୨୦୦୩ରେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାନ୍ତାଳୀ  ଭାଷାକୁ ସ୍ଥାନ ଦିଆଯାଇଛି। ସାନ୍ତାଳୀ ଭାଷାର ଅଲ୍‌ଚିକି  ଲିପିର ସ୍ରଷ୍ଟା ଏବଂ ଜଣେ କମ୍ବଦନ୍ତୀ କବି ଭାବେ ପରିଚିତ  ପଣ୍ଡିତ ରଘୁନାଥ ମୁର୍ମୁ । ସେହିପରି ମହେଶ୍ୱର ସୋରେନ  ସାନ୍ତାଳୀ ଭାଷାରେ ତାଙ୍କ ରଚିତ ନାଟକ ପାଇଁ ୨୦୨୪ରେ  କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।  ଏକ ଗୌରବମୟ କୀର୍ତ୍ତି ବହନ କରୁଥିବା ସାନ୍ତାଳୀ  ଭାଷାରେ ବର୍ଣ୍ଣବୋଧ ପ୍ରକାଶ ପାଇବା ଏ ଜନଜାତିର  ଭାଷା ସାହିତ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.