ପୁରୀ,୧୫/୦୫: ଆସନ୍ତା ୨୧ ତାରିଖ ଅପରାହ୍ନ ୫ଟାରେ ନୀଳାଦ୍ରିଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅଧ୍ୟକ୍ଷତା କରିବେ । ଏଥିରେ ଉପମୁଖ୍ୟ ପ୍ରଶାସକ  ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ଅଧିକାରୀ ଓ ନିଯୋଗର କାର୍ଯ୍ୟକର୍ତ୍ତାମାନେ  ଉପସ୍ଥିତ ରହିବେ । ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିକାନ୍ତିରେ ଲାଗିବ  ମୋହର । ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳୀର ଅନୁମୋଦନ କରାଯିବ ।  ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟ ବିଷୟବସ୍ତୁ ଉପରେ ହୋଇପାରେ ଆଲୋଚନା ।