ଭୁବନେଶ୍ବର,୧୩/୧୨ : ଭୁବନେଶ୍ୱରରେ ପହଂଚିଛନ୍ତି ସିଜେଆଇ ସୂର୍ଯ୍ୟ କାନ୍ତ । ଆସନ୍ତାକାଲି କଟକରେ ଏକ କାର୍ଯ୍ୟକ୍ରମ ରହିଛି । କଟକ ଉଚ୍ଚ ନ୍ୟାୟାଳୟର ବାର କାଉନସିଲର ଏକ ଉଦଘାଟନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ଆଜି ଭୁବନେଶ୍ବରରେ ଥିବା ମେଫେୟର ହୋଟେଲରେ ରାତ୍ରିଯାପନ କରିବେ। ରବିବାର ସକାଳେ କଟକ ଅଭିମୁଖେ ସେ ବାହାରିବେ । ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ସ୍ଵାଗତ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ ।