ଭୁବନେଶ୍ଵର, ୦୮/୦୮: ରାଜ୍ୟରେ ବଢୁଥିବା ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅପରାହ୍ଣ ୩ଟାରେ ଡାକିଲେ ଜରୁରୀ କାଳୀନ ବୈଠକ। ଏକ ବର୍ଷର ଅପରାଧିକ ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ। ଅପରାହ୍ଣରେ ଲୋକସେବା ଭବନରେ ବୈଠକ ବସିବେ। ଗୃହ ସଚିବଙ୍କ ଉପସ୍ଥିତିରେ ବୈଠକ ହେବ। ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ। କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ବର୍ଷକର ରିପୋର୍ଟ ଧରି ବୈଠକକୁ ଆସିବେ। ବର୍ଷକର କ୍ରାଇମ୍ ଗ୍ରାଫ୍ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।
ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ମହିଳା ବିରୋଧୀ ହିଂସା ବଢିଛି। ଏହାକୁ ପ୍ରସଙ୍ଗ କରି ବିରୋଧୀ ତୁମ୍ବି ତୋଫାନ କରିବା ସହିତ ସରକାରଙ୍କୁ ଘେରୁଛନ୍ତି । ଏହାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଆଜି ଜରୁରୀ ବୈଠକ ଡାକିଛନ୍ତି । ଏହି ଅପରାଧ ସମୀକ୍ଷା ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆପଣାଯିବ। ପୁଲିସ ବିଭାଗରେ ବଡ଼ ଧରଣର ଆଇପିଏସ୍ ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି।