ଭୁବନେଶ୍ବର,୨୩/୧୧ : ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟି-୨୦ ବିଶ୍ୱକପ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳକୁ ସେମାନଙ୍କର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କର ଅସାଧାରଣ ପ୍ରଦର୍ଶନ, ଶୃଙ୍ଖଳା ଏବଂ ଦୃଢ଼ ନିଷ୍ପତ୍ତି ଦେଶ ପାଇଁ ଅତ୍ୟନ୍ତ ଗର୍ବ ଆଣିଛି । ଆପଣଙ୍କର ନିରନ୍ତର ସଫଳତା ଏବଂ ଭବିଷ୍ୟତ ସଫଳତା ପାଇଁ ମୋର ଶୁଭକାମନା।