ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତୀର୍ଥଯାତ୍ରା ସ୍ପେଶାଲ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଟ୍ରିପରେ ଯିବେ ୮ ହାଜର ବରିଷ୍ଠ ନାଗରିକ

Published By : Rasmita Pradhan | January 17, 2025 2:22 PM

ଭୁବନେଶ୍ଵର, ୧୭/୦୧ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ୱର-ଶିରିଡ଼ି-ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଉଛନ୍ତି। ସେହିଭଳି ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ହାଜର ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ। ପ୍ରତି ଟ୍ରିପରେ ୮୦୦ ଲେଖାଏଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ। 

ଅଧିକ ପଢନ୍ତୁ-ସୁଭଦ୍ରାରେ ସାମିଲ ହେଲେ ଆଉ ୧୭ ହଜାର ମହିଳା, ଜାନୁଆରୀ ଶେଷ ସୁଦ୍ଧା ଖାତାକୁ ଯିବ ଟଙ୍କା

ସୂଚନାନୁଯାୟୀ, ରାଜ୍ୟର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ୧୦ଟି ତୀର୍ଥ ସ୍ଥାନ ବୁଲିବେ। ଏଥିପାଇଁ ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟତ, ରହିବା, ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ୍ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ । ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଇବେ। ଅନ୍ତର୍ଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ କରିପାରିବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.