ଭୁବନେଶ୍ଵର, ୧୮/୧୧ : ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଉଦଘାଟିତ। କାର୍ଯ୍ୟକ୍ରମରେ ଯୋଗ ଦେଇ ଅଧିକାରୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳମାନଙ୍କୁ ଦେଲେ ୯ ଟାସ୍କ। 

୧-ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତାର ସହ କାମ କର। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି
୨-ଅଧିକ ଫିଲ୍ଡ ଭିଜିଟ୍ କର, ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କର
୩-ରାଜନୈତିକ ଚାପକୁ ନଡ଼ରି ବାଲି ମାଫିଆଙ୍କୁ ସାବାଡ଼ କର
୪-ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର, ଓଡ଼ିଆ ଭାଷାରେ ଚିଠିପତ୍ର ସହ ଟେଣ୍ଡର ଓ ନୋଟିସ୍‌ କର
୫-ଚୋରା ମଦ କାରବାରରେ ରୋକ ଲଗାଅ, କୌଣସି ଅଘଟଣ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଅ
୬-ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର, ସୋସିଆଲ ମିଡ଼ିଆ ଜରିଆରେ ବ୍ୟାପକ ସରକାରୀ ସୂଚନା ଦିଅ, ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ
୭-ଆବଶ୍ୟକ ନଥିଲେ ଆଦୌ ଆଉଟସୋର୍ସିଂ କରନି
୮-ଗାଦିମଡ଼ା ବାବୁଙ୍କୁ ହଟାଅ, ଲୋକଙ୍କୁ ତ୍ୱରିତ ସେବା ଦିଅ
୯-ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅ