ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ ମନେ ପକାଇଲେ

Published By : Harapriya Sethi | November 15, 2024 12:04 PM

ପାରାଦୀପ,୧୫/୧୦: ପାରାଦୀପରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାରାଦୀପକୁ ଆଧାର କରି ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏଠାକୁ ଆହୁରି ଅନେକ ଶିଳ୍ପ ଆସିବ ଓ ଅନେକ ଯୁବକ ଯୁବତୀ ନିଯୁକ୍ତି ପାଇବେ ବୋଲି ଆଜି ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଛନ୍ତି । 

ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶାରେ ଶିଳ୍ପ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଜିଡିପିରେ ଆମ ରାଜ୍ୟ ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପାରାଦୀପ ବନ୍ଦର ଏହି ପ୍ରଗତିର ମୁଖଶାଳା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୁକ୍ରବାର ସକାଳ ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ପାରାଦୀପ ବନ୍ଦର ପରିସରରେ ପହଞ୍ଚି ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିବା ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଏହି ଉତ୍ସବ ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ପତ୍ନୀ ଓ ପୁଅ ପାରାଦୀପ ଆସି ବନ୍ଦର ପରିଦର୍ଶନ କରିବା ସହ ବୁଲିବାର ମଜା ନେଇଥିଲେ । ଏହି ଉତ୍ସବରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ,ପାରାଦୀପ ବନ୍ଦର ଅଧ୍ୟକ୍ଷ ପ ଏଲ ହାରାନାଧ, ଜଗତସିଂହପୁର ଜିଲାପାଳ ଜେ ସୋନାଲ ପ୍ରମୁଖ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.