ଭଦ୍ରକ ୧୨/୦୬: ଗୋ ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ସନ୍ତୋଷ ପରିଡ଼ାଙ୍କର ବୁଧବାର  ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ  କରିଛନ୍ତି । ଏ ଘଟଣାରେ ଦୋଷୀଙ୍କ ବିରାଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି କହିଛନ୍ତି । ମୃତ ସନ୍ତୋଷଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହିତ ମୃତ ସନ୍ତୋଷଙ୍କ ପରିବାର ତଥା ଆତ୍ମୀୟଙ୍କ ଲାଗି  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ  ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।