ଭୁବନେଶ୍ୱର ୦୬/୦୭: ଆସନ୍ତା ୭ ତାରିଖ (ସୋମବାର)  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହାପୂର୍ବରୁ  ଜୁନ୍‌ ୩୦ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ସ୍ଥଗିତ ରହିଥିଲା ।  ତେଣୁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ ସେହିମାନେ ହିଁ  ସୋମବାର ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ  ଦେଖାକରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ  ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି । ଅଭିଯୋଗକାରୀମାନେ  ସେମାନଙ୍କ ପ୍ରାପ୍ତିସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର,  ଆବେଦନପତ୍ର ଆଣି ନିର୍ଦ୍ଧାରିତ ସମୟରେ ୟୁନିଟ-୨ କ୍ୟାପିଟାଲ  ନର୍ସରୀ ନିକଟ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବେ ।