ଭୁବନେଶ୍ୱର ୦୬/୦୭: ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହାପୂର୍ବରୁ ଜୁନ୍ ୩୦ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ସ୍ଥଗିତ ରହିଥିଲା । ତେଣୁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ ସେହିମାନେ ହିଁ ସୋମବାର ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି । ଅଭିଯୋଗକାରୀମାନେ ସେମାନଙ୍କ ପ୍ରାପ୍ତିସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର, ଆବେଦନପତ୍ର ଆଣି ନିର୍ଦ୍ଧାରିତ ସମୟରେ ୟୁନିଟ-୨ କ୍ୟାପିଟାଲ ନର୍ସରୀ ନିକଟ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବେ ।

ଭାଷା ବିବାଦ: ଷ୍ଟାଲିନଙ୍କ ପ୍ରତିକ୍ରିୟାରୁ ନିଜକୁ ଦୂର...