ଭୁବନେଶ୍ୱର ୦୮/୦୬:  ଆଜି ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲର ୬୫୦ ବେଡ୍ ବିଶିଷ୍ଟ ଆଧୁନିକତମ ଡାକ୍ତରଖାନାକୁ ଲୋକାର୍ପଣ କରିବେ । ଏହାସହ ସ୍ଥାନୀୟ କଲେଜ ପଡିଆଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭଉଦଘାଟନ ଏବଂ ଭିତ୍ତିପ୍ରସ୍ତ ରଖିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ :-  Godavarish Adarsh Primary School : ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ଢାଞ୍ଚାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ କରାଯିବ : ମୁଖ୍ୟମନ୍ତ୍ରୀ

ସୂଚନା ଅନୁଯାୟୀ, ସୋମାବର ପୂର୍ବାହ୍ନ ୧୦.୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବାରିପଦା ପୁଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ  ଅବତରଣ କରିବେ।  ୧୧ଟାରେ ସ୍ଥାନୀୟ କଲେଜ ପଡିଆ ସଭାସ୍ଥଳରେ ପହଞ୍ଚି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏହାସହ ଏଠାରେ ଭର୍ଚ୍ଚୁଆଲ ମୋଡରେ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାପରେ ମଧ୍ୟାହ୍ନ ୧୨.୩୦ ଟା ସମୟରେ ଏଠାରୁ ସଡକ ପଥରେ ରଙ୍ଗମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସପିଟାଲ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ ଉଦଘାଟନ କରିବେ । ଏହାସହ ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବେ ମୁଖ୍ୟମନ୍ତ୍ରୀ ।