ଭୁବନେଶ୍ୱର,୧୦/୦୪: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଯିବେ । ଗୁରୁବାର ସକାଳେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଅଭିମୁଖେ କେନ୍ଦୁଝର ଯିବେ। ସେଠାରେ ପୁଲିସ ପଡିଆରେ ୯ଟା ୩୦ରେ ଅବତରଣ କରିବେ । ପରେ ୩୯ ତମ ସବ୍‌ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍‌ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ କାଳୀତୀର୍ଥ ପଡିଆରେ ସନାତନ ଧର୍ମ ସମ୍ମିଳନୀ ୧୧୪ କୁଣ୍ଡିଅ  ମହାଯଜ୍ଞରେ ଉପସ୍ଥିତ ରହିବେ । 

ପରେ ସଦର ବ୍ଲକର ବୀରକିଶୋରପୁର ନୋଡାଲ  ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।  ଅପରାହ୍ନରେ ଝୁମ୍ପୁରା  ସରସ୍ୱତୀ ବିଦ୍ୟାମନ୍ଦିର ୩୭ ତମ  ବାର୍ଷିକ ଉତ୍ସବରେ ଯୋଗଦେବେ । ଏହାପରେ ମୁରୁସୁଆଁ ପଡିଆରେ  ଆୟୋଜିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟକ୍ରମରେ ଯୋଗଦେଇ ସର୍କିଟ୍‌  ହାଉସ ଠାରେ ରାତ୍ରୀଯାପନ କରିବେ ।