ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୁରୁବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍

Published By : Prameya | April 10, 2025 7:56 AM

ଭୁବନେଶ୍ୱର,୧୦/୦୪: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଯିବେ । ଗୁରୁବାର ସକାଳେ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଅଭିମୁଖେ କେନ୍ଦୁଝର ଯିବେ। ସେଠାରେ ପୁଲିସ ପଡିଆରେ ୯ଟା ୩୦ରେ ଅବତରଣ କରିବେ । ପରେ ୩୯ ତମ ସବ୍‌ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍‌ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ କାଳୀତୀର୍ଥ ପଡିଆରେ ସନାତନ ଧର୍ମ ସମ୍ମିଳନୀ ୧୧୪ କୁଣ୍ଡିଅ  ମହାଯଜ୍ଞରେ ଉପସ୍ଥିତ ରହିବେ । 

ପରେ ସଦର ବ୍ଲକର ବୀରକିଶୋରପୁର ନୋଡାଲ  ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।  ଅପରାହ୍ନରେ ଝୁମ୍ପୁରା  ସରସ୍ୱତୀ ବିଦ୍ୟାମନ୍ଦିର ୩୭ ତମ  ବାର୍ଷିକ ଉତ୍ସବରେ ଯୋଗଦେବେ । ଏହାପରେ ମୁରୁସୁଆଁ ପଡିଆରେ  ଆୟୋଜିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟକ୍ରମରେ ଯୋଗଦେଇ ସର୍କିଟ୍‌  ହାଉସ ଠାରେ ରାତ୍ରୀଯାପନ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.