ଭୁବନେଶ୍ଵର, ୨୧/୧୦ : ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅପରାହ୍ନ ୪ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ। ଲୋକସେବା ଭବନରେ ବୈଠକ ବସିବ। ଏହି ବୈଠକରେ ରାଜସ୍ଵ ମନ୍ତ୍ରୀ, ଏସଆରସି, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ।
ସେପଟେ ଏନେଇ ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ। ମୁଖ୍ୟ ସଚିବ, ଏସଆର୍ସି ସମୀକ୍ଷା କରିଛନ୍ତି। ମୁଁ ବି ସମୀକ୍ଷା କରିବି। କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ, ପୁରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ। ୩୦ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବେ। ଏନଡିଆରଏଫ୍କୁ ଆଲର୍ଟ ରଖାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଟ୍ରଲର ମାଲିକମାନେ ଯଦି ଜୋର୍ କରି ପଠାନ୍ତି, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ତଳିଆ ଅଞ୍ଚଳର ଲୋକମାନଙ୍କୁ ଖୁବ୍ଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହେବ।