ଭୁବନେଶ୍ଵର, ୫/୧୨ : ଆଜି ରାଜ୍ୟ ଅତିଥି ଭବନରେ ବିଶ୍ୱ ହିନ୍ଦୁ ପରିଷଦର ମୁଖପତ୍ର 'ହିନ୍ଦୁ ଶତାବ୍ଦୀ' ପତ୍ରିକା ଉନ୍ମୋଚନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପତ୍ରିକାର ଉନ୍ମୋଚନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଲେଖିଛନ୍ତି ଯେ, ଏହି ମୁଖପତ୍ରଟି ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଚେତନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିବ। 'ହିନ୍ଦୁ ଶତାବ୍ଦୀ' ଆମର ସନାତନ ସଂସ୍କୃତି, ମୂଲ୍ୟବୋଧ ଏବଂ ଜୀବନଶୈଳୀ ସମ୍ବନ୍ଧରେ ସକାରାତ୍ମକ ଭାବନା ପ୍ରସାର କରି ଜାତୀୟ ଚିନ୍ତାଧାରାକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।

​​​​​​​

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ବିଶିଷ୍ଟ କବି ସୁକାନ୍ତ ତ୍ରିପାଠୀଙ୍କ ଦ୍ୱାରା ରଚିତ ଦୁଇଟି କବିତା ସଂକଳନ 'ଗୀତି ମାଳା' ଓ 'ଭାରତ ଭାରତୀ' ର ମଧ୍ୟ ଉନ୍ମୋଚନ କରିଛନ୍ତି। କବି ତ୍ରିପାଠୀଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ସାହିତ୍ୟିକ ଅବଦାନ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ସହ ପାଠକମାନଙ୍କ ହୃଦୟରେ ମହାନ ଭାରତୀୟ ପରମ୍ପରା ଏବଂ ଗଭୀର ଦେଶାତ୍ମବୋଧର ଭାବନାକୁ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।