ଭୁବନେଶ୍ୱର, ୨୪/୧୧ : ଭୁବନେଶ୍ଵର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସିଲା ଜନତା ଦରବାର। ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ହୋଇଥିଲା। ଅନଲାଇନରେ ପଞ୍ଜିକରଣ କରିଥିବା ପ୍ରାୟ ୧ ହଜାର ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଏହାପରେ ରୋଗୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟି ସେମାନଙ୍କ ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଲୋକମାନଙ୍କ ଅଭିଯୋଗ ଶୁଣି ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଦିବ୍ୟାଙ୍ଗ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାରରେ ଆନନ୍ଦିତ ହୋଇଛନ୍ତି।
ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଭିଯୋଗ ପଞ୍ଜିକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ କରାଯାଇଛି। ଏହାଦ୍ବାରା ଅଭିଯୋଗକାରୀଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନାହିଁ। ପ୍ରତି ପାଳିରେ ସମସ୍ତଙ୍କୁ ଉପଯୁକ୍ତ ସମୟ ଦେବାପାଇଁ ସର୍ବାଧିକ ୧୦୦୦ ଅଭିଯୋଗକାରୀଙ୍କୁ ଭେଟିବାର ବ୍ୟବସ୍ଥା କରାଯାଇଛି। ପଞ୍ଜିକୃତ କରିଥିବା ହଜାରେ ଲୋକ ସେମାନଙ୍କର ସ୍ବାସ୍ଥ୍ୟଗତ, ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ଦରଖାସ୍ତ ଦେଇଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ଭରସାଯୋଗ୍ୟ ପ୍ରତିଶ୍ରୁତି ପାଇ ଖୁସି ମନରେ ଫେରିଛନ୍ତି।
ଆପଣମାନଙ୍କ ଭରସା ଓ ଆସ୍ଥା ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି। ମୁଁ ସବୁବେଳେ କୁହେ, ମୁଁ ଆପଣମାନଙ୍କ ମଧ୍ୟରୁ ଜଣେ। ତେଣୁ, ଆମ ସରକାର ସାଧାରଣ ଜନତାଙ୍କ ଅସୁବିଧାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରୁଛନ୍ତି। ପୂର୍ବରୁ ସରକାର ଓ ଜନତାଙ୍କ ମଧ୍ୟରେ ଥିବା କୃତ୍ରିମ ପାଚେରୀକୁ ଭାଙ୍ଗି ମୁଁ ନିଜେ ଆପଣଙ୍କ ସମସ୍ୟା ଶୁଣିବା ପାଇଁ ଜନ… pic.twitter.com/58ffpqnrMJ
— Mohan Charan Majhi (@MohanMOdisha) November 24, 2025