ବଲାଙ୍ଗୀର,୧୧/୦୬: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୭ ତାରିଖରେ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ହେବ । ସେଥିପାଇଁ ବୁଧବାର ସକାଳୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ନେତୃତ୍ୱରେ ପ୍ରସାଶନିକ ଓ ପୁଲିସ ଟିମ୍ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଛି । ଚାଷୀ କିଭଳି ସୁବିଧାରେ ଆସି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଫେରିବେ, ସେ ସବୁ ବିଷୟରେ ଆଲୋଚନା କରାଯାଇଥିଲା । ପରେ ମନ୍ତ୍ରୀ ରବି ନାରାୟଣ ନାଏକ ବଲାଙ୍ଗୀର ଆସି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରସ୍ତୁତି ବୈଠକ କରିଥିଲେ ।
ଏହି ସମାବେଶରେ ରାଜ୍ୟର କୃଷକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବେ । କୃଷକଙ୍କୁୁ ସଚେତନ କରାଯିବ। ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଜନପ୍ରତିନିଧି ଉପସ୍ଥିତ ରହିବେ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।