ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବେଆଇନ ବାଲି, ପଥର ଖାଦାନରେ ଚଢ଼ଉ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇ-ଟ୍ରାଞ୍ଜିଟ୍‌ ପାସ ବିନା ପରିବହନ ବନ୍ଦ କର

Published By : Prameya | March 7, 2025 3:09 PM

ଭୁବନେଶ୍ୱର, ୦୭/୦୩: ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ  ରୋକିବା ପାଇଁ କଠୋର ହୁଅ । ବେଆଇନ୍‌  ବାଲି ଓ ପଥର ଖାଦାନରେ ଚଢ଼ଉ କରିବା  ସହ ବେଆଇନ ଖଣି ଖନନ ଉପରେ ରୋକ୍‌  ଲଗାଅ ଏବଂ ଅଭିଯୁକ୍ତ ବିରୋଧରେ ଆଇନ  ଅନୁଯାୟୀ ମାମଲା ରୁଜୁ କର । ଗୁରୁବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜା । 

ଶ୍ରୀ ଆହୁଜା, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଭିସିରେ  ଏହି ପ୍ରସଙ୍ଗ ଆଲୋଚନା କରିଥିଲେ । ଏହି  ଆଲୋଚନାବେଳେ ଇ-ଟ୍ରାଞ୍ଜିଟ୍‌ ପାସ୍‌ ବିନା  ପରିବହନ ବନ୍ଦ କରିବାକୁ କୁହାଯାଇଛି । ଏହି  ପାସ୍‌ ବିନା ବେଆଇନ ଖଣିଜ ପଦାର୍ଥ ପରିବହନ  ହେଉଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ  ଖଣିଜ ଚାଲାଣ କରୁଥିବା ଗାଡ଼ିକୁ ତୁରନ୍ତ  ଜବତ କରାଯିବ । ଜିଲ୍ଲାପାଳ ଓ ଏସ୍‌ପି ମିଳିତ  ଭାବେ ଏଥିପାଇଁ ରଣନୀତି ସ୍ଥିର କରିବେ । ଉପଖଣ୍ଡ ସ୍ତରୀୟ ଟିମ୍‌ ଏବଂ ରାଜସ୍ୱ, ଖଣି,  ପୁଲିସ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ  ତହସିଲସ୍ତରୀୟ ଟିମ୍‌ ଏହି କାମ କରିବେ । ବାଲି,  କଳାପଥର ଆଦିର ନୂତନ ଉତ୍ସଗୁଡ଼ିକର ସର୍ଭେ  କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର  ଏବର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ  କରିବାକୁ କୁହାଯାଇଛି । ଏହି ନୂତନ ଉତ୍ସଗୁଡିକ  ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ ଚଳିତ ବର୍ଷ ଅଗଷ୍ଟ  ମାସ ସୁଦ୍ଧା ପ୍ରସ୍ତୁତ କରାଯିବ ଏବଂ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଉତ୍ସଗୁଡିକ ନିଲାମ କରିବାକୁ  ଲକ୍ଷ୍ୟ ରଖାଯାଇଛି । ବୈଠକରେ ରାଜ୍ୟ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.