ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାରମ୍ୱାର ହେଉଥିବା ଥଣ୍ଡା କାଶରୁ ମୁକ୍ତି ଦେବ ସେପେଟା, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | March 3, 2025 2:47 PM

ଆଜିକାଲି ଖୁବ୍‌ ଶୀଘ୍ର ପରିବର୍ତ୍ତନ ହେଉଛି ପାଗ । ଏଭଳି ସ୍ଥିତରେ ଆପଣଙ୍କ ଶରୀରରେ ପାଣିର ଅଭାବ ହେବା ସ୍ୱାଭାବିକ । ଯାହା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ । ତେଣୁ ସବୁବେଳେ ହାଇଡ୍ରେଟେଡ୍‌ ରହିବା ଉଚିତ୍ ଏବଂ ନିଜ ଖାଦ୍ୟପେୟର ବିଶେଷ ଯତ୍ନ ନେବା ଉଚିତ୍। ଏହି ଋତୁରେ ସଠିକ୍ ପରିମାଣର ପାଣି ଏବଂ ଖାଦ୍ୟ ପିଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସେପେଟା ଖାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଶକ୍ତିଶାଳୀ ହୋଇପାରିବ । ସେପୋଟା ହେଉଛି ଏକ ଫଳ, ଯାହା ପୁଷ୍ଟିକର ପଦାର୍ଥର ଏକ ଭଣ୍ଡାର । ତେବେ ଆସନ୍ତୁ ଜାଣିବା ଏହି ଋତୁରେ କାହିଁକି ସେପେଟା ଖାଇବା ଉଚିତ?

ଭିଟାମିନ୍‌ ସିରେ ଭରପୁର: ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତିକୁ କରିଥାଏ ସୁଦୃଢ଼ 

ଚିକୁ କିମ୍ୱା ସେପେଟା ଭିଟାମିନ୍‌ ସିର ଏକ ଉନ୍ନତ ଉତ୍ସ, ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡେଣ୍ଟ ଭାବରେ କାମ କରିଥାଏ । ଶୀତଦିନ ସରିବା ସମୟରେ ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା ଏବଂ ଫ୍ଲୁର ଆଶଙ୍କା ଲାଗି ରହିଥାଏ । ସେଥିରୁ ରକ୍ଷା ପାଇବା ପାଇଁ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ୱାରା ଶରୀରକୁ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ ମିଳିଥାଏ ।

ଜର୍ଣ୍ଣଲ୍‌ ଅଫ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁଯାୟୀ, ପ୍ରଚୁର ପରିମାଣର ଭିଟାମିମ୍‌ ସି ଯୁକ୍ତ ଖାଦ୍ୟ ଶରୀରରେ ଶ୍ୱେତ ରକ୍ତ କଣିକାର ଉତ୍ପାଦନ ବଢାଇଥାଏ । ଯାହା ବିଭିନ୍ନ ପ୍ରକାରର ରୋଗଗୁଡ଼ିକୁ ଦୂରେଇ ରଖିବା ପାଇଁ ନିତ୍ୟାନ୍ତ ଆବଶ୍ୟକ । ତେଣୁ ନିଜ ଡାଏଟ୍‌ରେ ଚିକୁ ବାସେପେଟାକୁ ସାମିଲ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରାକୃତିକ ଭାବରେ ବଢିବ । ଏବଂ ବଦଳୁଥିବା ଋତୁରେ ଆପଣଙ୍କୁ ଉର୍ଜା ମିଳିବ । 

ପେଟ ପାଇଁ ଭଲ-

ଚିକୁ କିମ୍ୱା ସେପେଟାରେ ଅଧିକ ପରିିମାଣର ଡାଏଟ୍ରି ଫାଇବର୍‌ ରହିଥାଏ । ଗୋଟିଏ ସେପେଟାରେ ପାଖାପାଖି ୯ ଗ୍ରାମ୍‌ ଫାଇବର୍‌ ରହିଥାଏ । ଏହି କାରଣରୁ ସେପେଟା ଏକ ଉତ୍ତମ ଲେକ୍ସେଟିଭ୍‌ ଭଳି କାମ କରିଥାଏ । ଯଦି ଆପଣ ବାରମ୍ୱାର କୋଷ୍ଠକାଠିନ୍ୟକ ଶିକାର ହେଉଛନ୍ତି ତେବେ, ଏହି ଫଳକୁ ନିଜ ଡାଏଟ୍‌ରେ ନିଶ୍ଚୟ ସାମିଲ କରନ୍ତୁ । ଚିକୁରେ ଫ୍ଲେବୋନାୟଡ୍‌ସ ମଧ୍ୟ ରହିଥାଏ, ଯାହା ଆପଣଙ୍କ ଅନ୍ତନଳୀର ସ୍ୱାସ୍ଥ୍ୟକୁ ଉନ୍ନତ କରେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ମିଳିବ । ସେପେଟା ଖାଇବା ଦ୍ୱାରା ଆପଣଙ୍କ ପେଟରେ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ କମିଥାଏ । 

ହାଡ଼ ମଜବୁତ ହୋଇଥାଏ-

ସେପେଟାରେ ଆଇରନ୍‌, କ୍ୟାଲସିୟମ୍‌ ଏବଂ ଫସ୍‌ଫରସ୍‌ ଭଳି ଉପାଦାନ ମଧ୍ୟ ଭରପୁର ହୋଇ ରହିଛି । ଏହି ମିନେରାଲ୍ସ ଗୁଡିକ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହ ସ୍ୱାଦିଷ୍ଟ ଫଳରୁ ମିଳୁଥିବା ଅନେକ ପୋଷକ ତତ୍ତ୍ୱ ଦୀର୍ଘ ସମୟ ପାଇଁ ଆପଣଙ୍କ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ । 

ଚର୍ମ ପାଇଁ ସର୍ବୋତ୍ତମ- 

ସେପେଟାରେ ଥିବା ଭିଟାମିନ୍‌ ସି ଶରୀରରେ କୋଲଜିନ୍‌ ଉତ୍ପାଦନକୁ ବଢାଇଥାଏ । ଏହାକୁ ଖାଇବା ଦ୍ୱାରା ଚର୍ମ କୁଞ୍ଚନ ମଧ୍ୟ କମିବ । କାରଣ ଏଥିରେ ଆସ୍କରବିକ୍ ଏସିଡ୍, ଫ୍ଲୋଭୋନଇଡ୍ସ ଏବଂ ପଲିଫେନୋଲ୍ସ ଭଳି ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ।

ରକ୍ତଚାପ ନିୟନ୍ତ୍ରଣ କରେ-

ସେପେଟାରେ ଥିବା ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ସେପେଟା ହୃତ୍‌ପିଣ୍ଡ ଏବଂ କୋଲେଷ୍ଟ୍ରୋଲ ସହ ଜଡ଼ିତ ସମସ୍ତ ସମସ୍ୟାକୁ କମାଇବାରେ ସାହାଯ୍ୟ କରିଥାଏ ।

    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.