ଖୋର୍ଦ୍ଧା, ୧୫।୫ : ବାଇକକୁ ଧକ୍କା ଦେଲା ମୋ’ ବସ୍। ଏଥିରେ ବାପା-ମା’ ଆହତ ହୋଇଥିବା ବେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଟାଉନ ଥାନା ପୁବୁସାହି ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଅମୂଲ୍ୟ ବାରିକ। ଆହତ ବାପ ଓ ମା’ଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
ବରସାହି ଗ୍ରାମର ଅଶୋକ ବାରିକ ତିନି ବର୍ଷର ପୁଅ ଏବଂ ସ୍ତ୍ରୀକୁ ନେଇ ନିଜ ଗ୍ରାମକୁ ବାଇକ ଯୋଗେ ଯାଉଥିଲେ। ପୁବୁସାହି ନିକଟରେ ବାଇକକୁ ମୋ ବସ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୩ ବର୍ଷର ପୁଅ ଅମୂଲ୍ୟର ମୃତ୍ୟୁ ହୋଇଥିବାବେଳେ ଅଶୋକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଶୋକ ଏବଂ ତାଙ୍କ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି ।