ଖୋର୍ଦ୍ଧା, ୧୫।୫ : ବାଇକକୁ ଧକ୍କା ଦେଲା ମୋ’ ବସ୍। ଏଥିରେ ବାପା-ମା’ ଆହତ ହୋଇଥିବା ବେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଟାଉନ ଥାନା ପୁବୁସାହି ନିକଟ ରାସ୍ତାରେ  ଦୁର୍ଘଟଣା ଘଟିଛି।  ମୃତ ଶିଶୁପୁତ୍ର ଜଣକ ହେଲେ  ଅମୂଲ୍ୟ ବାରିକ।  ଆହତ ବାପ ଓ ମା’ଙ୍କୁ ଖୋର୍ଦ୍ଧା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି

ବରସାହି ଗ୍ରାମର ଅଶୋକ ବାରିକ ତିନି ବର୍ଷର ପୁଅ ଏବଂ ସ୍ତ୍ରୀକୁ ନେଇ ନିଜ ଗ୍ରାମକୁ ବାଇକ ଯୋଗେ ଯାଉଥିଲେ।  ପୁବୁସାହି ନିକଟରେ ବାଇକକୁ ମୋ ବସ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୩ ବର୍ଷର ପୁଅ ଅମୂଲ୍ୟର ମୃତ୍ୟୁ ହୋଇଥିବାବେଳେ ଅଶୋକ ଓ ତାଙ୍କ ସ୍ତ୍ରୀ  ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଶୋକ ଏବଂ ତାଙ୍କ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି ।