ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚିକତ୍ସାରେ ଅବହେଳା ପାଇଁ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା; ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ମୃତ ଶରୀରର ହେଲା ବ୍ୟବଚ୍ଛେଦ

Published By : Bijay Swain | June 16, 2025 9:19 PM

ମାଲକାନଗିରି,୧୬/୬(ଆପ୍ର): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତ୍ରରେ ଜଣେ ଛୋଟ ଝିଅର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଥିଲେ। 

ତେବେ ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତି ଯାଏଁ ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶ ଓ ମୃତା କନ୍ୟାର ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ପରିବାର ଲୋକଙ୍କୁ ଆଶ୍ଵାସନା ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତ କନ୍ୟାର ପରିବାର ଲୋକଙ୍କ ଆଗରେ ହିଁ ଘଟଣାକୁ ନେଇ ବିଳମ୍ବିତ ରାତିରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ସହ ସେମାନଙ୍କ ବୟାନକୁ ଶୁଣିଥିଲେ। ଏହା ସହ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବୟାନ ମଧ୍ୟ ନିଆଯାଇଥିଲା। ତେବେ ଏହି ତଦନ୍ତକୁ ଶେଷ କରି ଯଥା ଶୀଘ୍ର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ଭୋଇ ପ୍ରକାଶ କରିବା ପରେ ଆଜି ସକାଳୁ ମୃତ କନ୍ୟାର ଶବ ବ୍ୟବଛେଦ କରଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି। 

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାର ଲଳିତ ପାତ୍ର ନାମକ ବ୍ୟକ୍ତିଙ୍କ ଝିଅ ଆରାଧ୍ୟା ଘର ନିକଟରେ ଖେଳୁଥିବା ବେଳେ ଲୁହା ଗେଟଟି ତାଙ୍କ ମୁଣ୍ଡରେ ପଡିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ତୁରନ୍ତ ପରିବାର ଲୋକେ ଝିଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଦୁଇଘଣ୍ଟା ବିତିଯାଇଥୁଲେ ମଧ୍ୟ ରାତ୍ରରେ କୌଣସି ଡାକ୍ତର ଝିଅଟିର ଚିକିତ୍ସା ପାଇଁ ଆସି ନଥିଲେ। କାଜୁଆଲଟିରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଭିଜ୍ଞ ଡାକ୍ତରଙ୍କୁ ଅଧିକ ଚିକିତ୍ସା ପାଇଁ ଜଣାଇଥିଲେ ମଧ୍ୟ ପ୍ରାୟ ଦୁଇ ଘଂଟା ଯାଏଁ ଡାକ୍ତର ଆସି ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଡାକ୍ତରଙ୍କୁ ଡାକିଲେ ବିଳମ୍ବ ରେ ଡାକ୍ତର ଆସି ଚିକିତ୍ସା କରିବା ବେଳେ ଝିଅଟିର ମୃତ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ଯାହାପରେ ଝିଅଟିର ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ ହୋ ହଲ୍ଲା କରି ରାତ୍ର ଅଧ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟଣାକୁ ନେଇ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିବା ସୂଚନା ମିଳିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.