ଫୁଲବାଣୀ,୧୭/୦୫: ଖଜୁରୀପଡା ଥାନା ଅନ୍ତର୍ଗତ ଆଡାଶିପଡା ପଞ୍ଚାୟତର କାବର ଗ୍ରାମରେ ପୋଖରୀରେ ବୁଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ କାବର ଗ୍ରାମର ଲୋଚନ ସାହୁଙ୍କ ଝିଅ ଅମ୍ରିତା ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ଏହାକୁ ନେଇ କାବର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ମୁତାବକ, କାବର ଗ୍ରାମର ଲୋଚନ ସାହୁଙ୍କ ଝିଅ ଅମ୍ରିତା ଶନିବାର ସକାଳେ ସାଙ୍ଗମାନଙ୍କ ସହିତ ମିଶି ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା କାରଣରୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ତାଙ୍କ ସାଙ୍ଗମାନେ ଆସି ଘରେ ଖବର ଦେବା ପରେ ପରିବାର ଲୋକେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।