କର୍ଲାମୁଣ୍ଡା (ଆ.ପ୍ର ) : ୩। ୩: ତେଲନଦୀର ପୌରକେଲା-ତାଣ୍ଡିଗାଁ ସେତୁ ନିର୍ମାଣ କାମରେ ନିୟୋଜିତ ଜଣେ ଶିଶୁଶ୍ରମିକଙ୍କୁ ରିଷିଡା ପୁଲିସ ଉଦ୍ଧାର କରି ଭବାନୀପାଟଣା ସିଡବଲ୍ୟୁସି କୁ ହସ୍ତାନ୍ତର କରିଛି । ରିଷିଡା ଫାଣ୍ଡିଅଧିକାରୀ ମନୁଆ ବିଡିକା ସେତୁ ନିର୍ମାଣ ସ୍ଥଳରେ ପହଞ୍ଚି ସେଠାରେ କାର୍ଯ୍ୟରେ ନିୟୋଜିତ ଗୋଲାମୁଣ୍ଡା ଥାନା ଅମ୍ଭାଗୁଡା ଗ୍ରାମର ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ସଂପୃକ୍ତ ଠିକାଦାର ଭବାନୀପାଟଣା ହିଲଟାଉନ ଉପେନ୍ଦ୍ର ଜେନା ଙ୍କ ନାମରେ ଶିଶୁଶ୍ରମିକ ନିୟୋଜନ କରୁଥିବା ନେଇ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ପ୍ରକାଶଥାଉକି ଏହି ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବହୁଳ ଭାବରେ ଶିଶୁଶ୍ରମିକ ନିୟୋଜନ କରୁଥିବା ବେଳେ ପ୍ରଥମ କରି ରିଷିଡା ପୁଲିସର ଅତର୍କିତ ଚଢଉ କରିଥିଲା।