ବୌଦ୍ଧ,୨୮/୧: ବୌଦ୍ଧ ଏନଏସି କାର୍ଯ୍ୟାଳୟ ନିକଟରେ ଚାଲିଥିବା ଜଳଟାଙ୍କି ନିର୍ମାଣ କାର୍ଯ୍ୟ ସମୟରେ ତିନି ଜଣ କିଶୋର ଶ୍ରମିକଙ୍କୁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଦଳ ଉଦ୍ଧାର କରିଛି । ଶିଶୁ ଶ୍ରମ ନିଷେଧ ଆଇନ ଅନୁଯାୟୀ କରାଯାଇଥିବା ଅଭିଯାନ ସମୟରେ ଏହି ଉଦ୍ଧାର ହୋଇଥିଲା। ବୌଦ୍ଧ ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁଙ୍କ ତତତ୍ଵାବଧାନରେ ପାଞ୍ଚ ଜଣିଆ ଟିମ୍ ଏହି ରେଡ୍ କରିଥିଲେ l ଏହି ଟିମ୍ ରେ ଭାର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ, ସହକାରୀ ଶ୍ରମ ଅଧିକାରୀ, ସୁଶ୍ରୀ ପ୍ରଜ୍ଞା ପାରମିତା, କଣ୍ଟାମାଳ ସହକାରୀ ଶ୍ରମ ଅଧିକାରୀ, ଫିରୋଜ କୁମାର ବଘାର, ବିନୋଦ ସାହୁ, ପ୍ରୋଜେକ୍ଟ ସଂଯୋଜକ, ଚାଇଲ୍ଡ ଲାଇନ, ପୁଲିସ ଉପସ୍ଥିତ ଥିଲେ ।
ଉଦ୍ଧାର ପରେ କିଶୋରଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଆଗାମୀ ଆଇନଗତ କାର୍ଯ୍ୟବାହୀ ଓ ପୁନର୍ବାସ ପାଇଁ ବୌଦ୍ଧ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ହାଜର କରାଯାଇଛି । ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଶିଶୁ ଏବଂ କିଶୋର ଶ୍ରମିକ ଆଇନ୍ ଅନୁଯାୟୀ ସଂପୃକ୍ତ ଠିକାଦାର ଏବଂ ସଂସ୍ଥା ବିରୋଧର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି ।