ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜିନପିଙ୍ଗ ସରକାରଙ୍କ ବଢିଲା ଅଡୁଆ, ଲଗାତାର ୩ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଲାଗିଲା ଭ୍ରଷ୍ଟାଚାର ଅଭିଯୋଗ

Published By : Harapriya Biswal | November 27, 2024 6:56 PM

ବେଜିଂ,୨୭।୧୧: ଚୀନ୍‌ର ସି ଜିନିପିଙ୍ଗ ସରକାରରେ ସବୁକିଛି ଏବେ ଠିକ୍ ଚାଲିନି। ଲଗାତାର  ଦେଶର ତୃତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଲାଗିଛି ଭ୍ରଷ୍ଟାଚାର ଅଭିଯୋଗ। ସରକାର ଯାଞ୍ଚ ନିର୍ଦେଶ ମଧ୍ୟ ଦେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରତିରକ୍ଷାମନ୍ତ୍ରୀ ଆଡମିରାଲ ଡୋଙ୍ଗ ଜୁନ୍‌ଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମିକୁ ଚକିତ କରିଦେଇଛି। ଫାଇନାନ୍ସିଆଲ ଟାଇମ୍ସ ବୁଧବାର କହିଛି, ଡୋଙ୍ଗ ଜୁନ୍‌ଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି। 

ବର୍ତ୍ତମାନ ଓ ପୂର୍ବତନ ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଡୋଙ୍ଗ କଥିତ ଭାବରେ ଭ୍ରଷ୍ଟାଚାର ପାଇଁ ହୋଇଥିବା ଯାଞ୍ଚର ସାମନା କରୁଥିବା ଲଗାତାର ତୃତୀୟ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ। ତେବେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମାମଲାରେ କୌଣସି ଟିପ୍ପଣୀ ଦେଇ ନାହିଁ। ଚୀନ୍‌ ସେନା ଗତ ବର୍ଷ ବ୍ୟାପକ ଭ୍ରଷ୍ଟାଚାର ବିରୋଧି ଅଭିଯାନ ଚଳାଇଛି। ଏପର୍ଯ୍ୟନ୍ତ ଅତି କମ୍‌ରେ ୯ ପିଏଲଏ  ଜେନେରାଲ ଓ ଅଳ୍ପ କିଛି ପ୍ରତିରକ୍ଷା ଉଦ୍ୟୋଗ ଅଧିକାରୀଙ୍କୁ ହଟାଇ ଦିଆଯାଇଛି। ଏବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାଁ ଆସିବା ପରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି।

ପିଏଲ୍‌ଏର ପୂର୍ବତନ ନୌସେନା ମୁଖ୍ୟ ଡୋଙ୍ଗ ଡିସେମ୍ବର ୨୦୨୩ ରେ ପ୍ରତିରକ୍ଷା ମନ୍ତ୍ରୀଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ପୂର୍ବରୁ ଲି ଶାଙ୍ଗଫୁ ୭ ମାସର କାର୍ଯ୍ୟକାଳ ପରେ ହଟାଇ ଦିଆଯାଇଥିଲେ। ଡୋଙ୍ଗ ଗତ ସପ୍ତାହ ଲାଓସରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ବୈଠକ ବେଳେ ଆମେରିକା ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍‌ଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ସେତେବେଳେ ପେଣ୍ଟାଗନର ମୁଖ୍ୟ ବୁଧବାର କହିଛନ୍ତି, ଏହି ପଦକ୍ଷେପ ଦୁର୍ଭାଗ୍ୟପୂର୍ଣ୍ଣ ରହିଛି। ତାଙ୍କର କାର୍ଯ୍ୟକାଳ ବେଳେ  ଆମେରିକା-ଚୀନ୍ ସେନା ସହ ସେନାର ସମ୍ପର୍କରେ ନରମ ମନୋଭାବ ଆସିଥିଲା। ଦୁଇ ଦେଶ ମଧ୍ୟରେ ପ୍ରଥମ ଥର ସଫଳ ଥିଏଟର ସ୍ତରୀୟ କମାଣ୍ଡର ବାର୍ତ୍ତା ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.