ପ୍ରମୂଖ ଖବର
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ବିନା କଷ୍ଟରେ ମାତୃତ୍ଵ ସୁଖ : ଛୁଆ ଜନ୍ମ କରିବ ରୋବଟ୍

Published By : Rasmita Pradhan | August 15, 2025 2:41 PM

ନୂଆଦିଲ୍ଲୀ, ୧୫/୦୮ : ଏବେ ପିଲା ଜନ୍ମ କରିବାକୁ ନୋ ଟେନସନ୍। ଟଙ୍କା ଖର୍ଚ୍ଚ କଲେ ବିନା କଷ୍ଟରେ ମିଳିବ ମାତୃତ୍ଵ ସୁଖ। ବିଜ୍ଞାନଠୁ ଆଉ ପାଦେ ଆଗରେ ଟେକ୍ନୋଲୋଜି। ମଣିଷଙ୍କ ଭଳି ଗର୍ଭବତୀ ହୋଇପାରିବ ରୋବଟ୍‌। ମେସିନ୍ ହୋଇବି ଦେବ ମାତୃତ୍ଵ ସୁଖ। ମଣିଷଙ୍କ ଭଳି କରିବ ଛୁଆ ଜନ୍ମ। ନୂଆ ଟେକ୍ନୋଲୋଜି ତିଆରି କରୁଛି ଚୀନ। ଆଉ ମାତ୍ର ବର୍ଷେ ଅପେକ୍ଷା। ଖୁବଶୀଘ୍ର ଏହି ରୋବଟ୍‌କୁ ବଜାରକୁ ଛାଡ଼ିବ ଡ୍ରାଗନ୍। ଏଭଳି ଦାବି କରିଛନ୍ତି ଚୀନର କୈୱା ଟେକ୍ନୋଲୋଜିର ଫାଉଣ୍ଡର ଝାଙ୍ଗ ଚିଫେଙ୍ଗ। 

ଏହି ରୋବଟ୍‌ର ଏକ କୁତ୍ରିମ ଗର୍ଭାଶୟ ରହିବ। ଯେଉଁଥିରେ ଭ୍ରୁଣ ବିକଶିତ ହେବା ଠାରୁ ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ଶିଶୁ ରହିପାରିବ। ଏହି ଗର୍ଭାଶୟରେ ଆମ୍ନିଓଟିକ୍ ତରଳ ପଦାର୍ଥ ରହିବ। ଏକ ନଳୀ ମାଧ୍ୟମରେ ଭ୍ରୁଣକୁ ପୋଷଣ ଯୋଗାଇ ଦିଆଯିବ। ଏହି ବ୍ୟବସ୍ଥା ଏକ ଇନକ୍ୟୁବେଟରଠାରୁ ଭିନ୍ନ ହେବ। ଏହି ରୋବଟ୍‌ର ଦାମ୍ ପ୍ରାୟ ୧ ଲକ୍ଷ ୟୁଆନ ବା ୧୪ ହଜାର ଡଲାର ରହିବ। ଦ୍ରୁତ ଜନସଂଖ୍ୟା ହ୍ରାସକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ଏହି ଗଜବ ଟେକନିକ୍ ତିଆରି କରିଛି। 

ରିପୋର୍ଟ ଅନୁସାରେ, ଚୀନରେ ୨୦୨୦ ସୁଦ୍ଧା ୧୮ ପ୍ରତିଶତ ବନ୍ଧ୍ୟାତ୍ଵ ବଢିଛି। ବେଜିଂ ଓ ସାଙ୍ଘାଇ ଭଳି ସହରରେ ଏବେ ଆଇଭିଏଫ୍ ମାଧ୍ୟରେ ଅଧିକାଂଶ ଛୁଆ ଜନ୍ମ ହେଉଛନ୍ତି। ଏହି ରୋବଟ୍‌ ଆସିବା ପରେ ବନ୍ଧ୍ୟାତ୍ଵରେ ଶିକାର ହେଉଥିବା ମହିଳାଙ୍କୁ ଆଶ୍ଵସ୍ତି ମିଳିବ। ବିନା ଗର୍ଭଧାରଣରେ ସେମାନେ ମାତୃତ୍ଵ ସୁଖ ପାଇ ପାରିବେ। ଯେଉଁମାନେ ଜୈବିକ ପ୍ରକ୍ରିୟାରେ ମା' ହେବାକୁ ଚାହୁଁ ନାହାଁନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳିବ। ତେବେ ଝାଙ୍ଗଙ୍କ ଏହି ପ୍ରୋଜେକ୍ଟକୁ ନେଇ ମିଳିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ଏହା ମାନବିକତା ଓ ନୈତିକତା ପ୍ରତି କୁଠାରଘାତ ହେବ ବୋଲି କହୁଛନ୍ତି। ବିନା ମା’ରେ ଭ୍ରୂଣ ବିକାଶ କ୍ରୁରତା ହେବ ବୋଲି କହୁଛନ୍ତି। 

୨୦୨୨ରେ ଜିଆଙ୍ଗସୁ ପ୍ରଦେଶର ‘ସୁଝୋଉ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି’ କୃତ୍ରିମ ଗର୍ଭାଶୟରେ ଭ୍ରୁଣର ଯତ୍ନ ନେଉଥିବା AI-ଭିତ୍ତିକ 'ନାନି ରୋବଟ୍' ବିକଶିତ କରିଥିଲା। ତେବେ ଚୀନର ଆଇନ ଅନୁସାରେ କୁତ୍ରିମ ଗର୍ଭାଶୟରେ ମାନବ ଭ୍ରୁଣକୁ ଦୁଇ ସପ୍ତାହରୁ ଅଧିକ ବିକଶିତ କରିବା ମନା। ଏହି ରୋବଟ୍ ଆସିବା ପରେ ଜିନପିଙ୍ଗ୍ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.