ବେଜିଂ : ପଡୋଶୀ ଦେଶ ଚୀନ ଇଞ୍ଜିନିୟରିଂ ଓ ନିର୍ମାଣ ସେକ୍ଟରରେ ଆଉ ଏକ ଚମତ୍କାରିତା ଦେଖାଇଛି। ପୂର୍ବୋତ୍ତର ତଟରେ ଲିଓନିଙ୍ଗ୍‌ ପ୍ରାପ୍ତ ଏକ ବ୍ୟସ୍ତ ବନ୍ଦର ଥିବା ସହର ଡାଲିଆନକୁ ,ଭଲ ପରିବହନ ସୁବିଧା ଯୋଗାଇ ଦେବାକୁ ପାଖ ସମୁଦ୍ରରେ ବାଲି ଭର୍ତ୍ତି କରି ,ଏକ ବଡ଼ କୃତ୍ରିମ ଦ୍ୱୀପ ତିଆରି କରି ଦେଇଛି ଚୀନ । ଏହି ଦ୍ୱୀପରେ ବିମାନ ବନ୍ଦର ତିଆରି କରିବାର ଯୋଜନା ଉପରେ ଖୁବ୍‌ ଜୋରରେ ଆଗକୁ ବଢୁ ଅଛି। ଏହା ମାନବ ନିର୍ମିତ ଦ୍ୱୀପରେ ଦୁନିଆର ସବୁଠୁ ବଡ଼ ବିମାନ ବନ୍ଦର ହେବ, ଯାହା ଚୀନ୍‌ର ଆକର୍ଷଣୀୟ ଉପଲବ୍ଧକୁ ଦୁନିଆ ସାମ୍ନାରେ ଦର୍ଶାଇବ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ମୁତାବିକ , କୃତ୍ରିମ୍ ଦ୍ୱୀପରେ ନିର୍ମାଣାଧିନ ଡାଲିଆନ ଜିନଝୋଉ ବେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ୨୦.୯ ବର୍ଗ କିଲୋମିଟର (୭.୭ ବର୍ଗ ମାଇଲ)ରେ ବିସ୍ତୁତ ହେବ। ଏଥିରେ ୪ଟି ରନୱେ ଓ ୯୦୦,୦୦୦ ବର୍ଗ ମିଟର (୯୬୯,୦୦୦ ବର୍ଗ ଫୁଟ)ରେ ଯାତ୍ରୀ ଟର୍ମିନାଲ ହେବ। ଏହି ବିମାନ ବନ୍ଦର ପ୍ରଥମ ପର୍ଯ୍ୟାୟରେ ୨୦୩୫ରେ ଚାଲୁ ହୋଇ ଯିବ। 

ଯୋଜନା ମୁତାବିକ , ଏହି ବିମାନ ବନ୍ଦରରୁ ପ୍ରତିବର୍ଷ ୫୪୦,୦୦ଟି ଉଡ଼ାଣକୁ ସଞ୍ଚାଳିତ କରିବ , ଯେଉଁଠାରୁ ପାଖାପାଖି ୮ କୋଟି ଯାତ୍ରୀ ଯାତ୍ରା କରି ପାରିବେ। ଚାଇନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୱିଚ୍ୟାଟ୍‌ରେ ଡାଲିଆନ ଜିନଝୋଉ ବେ ଇଣ୍ଟରନ୍ୟାସନାଲ ଏକ ପୋଷ୍ଟରେ ଲେଖିଛନ୍ତି, ଦେଶର ସବୁଠୁ ବଡ଼ ଉପତଟୀୟ ବିମାନ ବନ୍ଦର ପୂର୍ବରେ ସୂର୍ଯ୍ୟୋଦୟ ପରି ସମୁଦ୍ର ତଳୁ ଉପରକୁ ଧିରେ ଧିରେ ଉଠୁଛି।

ରିପୋର୍ଟରେ କୁହାଯାଇଛି ଯେ, ନିର୍ମାଣ କାର୍ଯ୍ୟ ପୂରା ହୋଇ ଯିବା ପରେ ଏହାକୁ କୃତ୍ରିମ ଦ୍ୱୀପରେ ଦୁନିଆର ସବୁଠୁ ବଡ଼ ବିମାନ ବନ୍ଦର ହୋଇଯିବ,ଯାହା ଦ୍ୱିତୀୟ କୃତ୍ରିମ ଦ୍ୱୀପ ସ୍ଥିତ ହାଙ୍ଗକାଙ୍ଗ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର (ଏଚକେଜି) ଓ ଜାପାନର କନସାଇ ବିମାନ ବନ୍ଦର (କେଆଇଏକ) ଉଭୟକୁ ପଛରେ ପକାଇ ଦେବ। ହାଙ୍ଗକାଙ୍ଗ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ୧୨.୪୮ ବର୍ଗ କିଲୋମିଟର ଓ କନସାଇ ବିମାନ ବନ୍ଦର ୧୦.୫ ବର୍ଗ କିଲୋମିଟରରେ ବ୍ୟାପିଛି। ଡାଲିଆନ ଜିନଝୋଉବାନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ମୁଖ୍ୟ ଭୂମି ଚୀନର ତଟରେ ପ୍ରଥମ କୃତ୍ରିମ ଦ୍ୱୀପ ବିମାନ ବନ୍ଦର ହେବ।

ଏହି ବିମାନ ବନ୍ଦର ଚୀନର କ୍ଷେତ୍ରୀୟ ପଡୋଶୀ ଦେଶ –ଜାପାନ ଓ ଦକ୍ଷିଣ କୋରିଆର ନିକଟରେ ହେବ, ଯାହା ରଣନୀତିକ ରୂପେ ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ। ଡାଲିଆନର ବନ୍ଦର ସହର ତୈଳ ରିଫାଇନରୀ , ଶିପିଂ , ଲଜିଷ୍ଟିକ୍‌ ଓ କୋଷ୍ଟାଲ ଟୁରିଜିଂର ଏକ ପ୍ରମୁଖ କେନ୍ଦ୍ର। ଜାପାନକୁ ଏହି କଥାର ମଧ୍ୟ ଚିନ୍ତା ଯେ ,ଭବିଷ୍ୟତରେ ଚୀନ୍‌ ଏହି ବିମାନ ବିନ୍ଦରର ବ୍ୟବହାର ସାମରିକ ଦୃଷ୍ଟିକୋଣରେ କରି ପାରେ। କାରଣ ଚାଇନା କ୍ଷେତ୍ରୀୟ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ।