ନୂଆଦିଲ୍ଲୀ,୨୯।୧୧: ସୁଧୁରୁନି ଚୀନ୍। ଛାଡି ପାରୁନି ନିଜର ବିସ୍ତାରବାଦ ନୀତି। ଅରୁଣାଚଳ ପ୍ରଦେଶ ପରେ ଏବେ ନଜରରେ ରହିଛି ବିଶାଖାପାଟନମ୍। ଗବେଷଣା ନାଁରେ ଭାରତ ମହାସାଗରରେ ବାରମ୍ବାର ପ୍ରବେଶ କରୁଛି ଚୀନ୍ର ଜାହାଜ। ଏହାକୁ ଦେଖି ଭାରତ ମଧ୍ୟ ବିଶାଖାପାଟନମ୍ ତଟରେ ସମ୍ଭାବିତ ପରୀକ୍ଷଣ ପାଇଁ ମିସାଇଲ ଟେଷ୍ଟ ଜୋନ୍ ରେଞ୍ଜକୁ ବଢାଇ ଦେଇଛି। ଚୀନ୍ ଲଗାତାର ଅରୁଣାଚଳ ପ୍ରଦେଶ ଉପରେ ନିଜର ଅଧିକାର ଦେଖାଇ ଆସୁଛି।
ସାଟେଲାଇଟ୍ ଫୁଟେଜ୍ ଆନାଲିଷ୍ଟ ଡୋମିୟନ ସାଇମନ୍ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଭାରତ ବିଶାଖାପାଟନମ୍ ଉପକୂଳରେ ନିଜର ଆଗମୀ ଓ ସମ୍ଭାବିତ ସମୁଦ୍ର ମିସାଇଲ ପରୀକ୍ଷଣ ପାଇଁ ଡେଞ୍ଜର ଜୋନ୍ ବିସ୍ତାର କରି ନୋଟାମ୍ ଜାରି କରିଛି। ଏହାର କ୍ଷମତା ପ୍ରାୟ ୩,୪୮୫ କିଲୋମିଟର ବୋଲି କୁହାଯାଉଛି। ସାଇମନ୍ ଏକ୍ସରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖା ଯାଇଛି ଯେ, ଚୀନ୍ ରିସର୍ଚ୍ଚ ଜାହାଜ ଭାରତ ମହାସାଗରରେ ନିଜର ଗତିବିଧି ଚଳାଇଛି। ସାଇମନ୍ ପ୍ରଥମେ ମିସାଇଲ ପରୀକ୍ଷଣ ପାଇଁ ନୋଟମ୍ (ଏୟାରମ୍ୟାନଙ୍କୁ ସୂଚନା) ବିଷୟରେ ଲେଖିଥିଲେ, ମିସାଇଲର କ୍ଷମତା ୧,୬୯୫ କିଲୋମିଟର ରହିଛି।
ନିକଟରେ ମୁମ୍ବାଇ ସ୍ଥିତ ପଶ୍ଚିମ ନୌସେନା କମାଣ୍ଡଙ୍କ ନେତୃତ୍ବ କରୁଥିବ ଭାଇସ୍ ଆଡମିରାଲ କେ.ସ୍ବାମୀନାଥମ ଏହି କଥା ଉପରେ ଜୋର ଦେଇ ବର୍ତ୍ତମାନ ଚ୍ୟାଲେଞ୍ଜ ଆଡକୁ ଇଶାରା କରିଛନ୍ତି ଯେ, କିଭଳି ଚୀନ୍ ନୌସେନା ପୂର୍ବରୁ ଦୁନିଆର ସବୁଠାରୁ ବଡ଼ ନୌସେନା ପାଲଟି ସାରିଛି। ଏଭଳି ଭାବରେ ଭାଇସ୍ ଆଡମିରାଲ ସ୍ବାମୀନାଥନଙ୍କ କହିବା ଅନୁସାରେ, ଚୀନ୍ ତୃତୀୟ ଥର ବୁଡାଜାହାଜ ଫୁଜିୟାନ୍ର ଜଳାବତରଣ ସହ ଷଷ୍ଠ ପୀଢିର ଫାଇଟର ଜେଟ୍ ପ୍ରଦର୍ଶନ କରି ନିଜର ବିଶ୍ବ ରଣନୀତି ମହତ୍ବକାଂକ୍ଷାକୁ ସ୍ପଷ୍ଟ ବାର୍ତ୍ତା ଦେଇଛି।