ନୂଆଦିଲ୍ଲୀ,୨୦।୫: ରୁଷ-ୟୁକ୍ରେନ୍ ଭିତରେ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧକୁ ନେଇ କୁଟନୈତିକ ବିବାଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଏହାପରେ ଦୁଇ ଦେଶକୁ ତୁରନ୍ତ ଶାନ୍ତି ବାର୍ତ୍ତା ଆରମ୍ଭ କରିବା ଉପରେ ସହମତି ପ୍ରକାଶ କରିଛନ୍ତି। ତେବେ ଆଲୋଚନା ଏବେ ବି ଆରମ୍ଭ ହୋଇନି, କିନ୍ତୁ ଟ୍ରମ୍ପ ଏହାକୁ ନିଜର ଏକ ବଡ଼ ସଫଳତା ଭାବରେ ଦୁନିଆ ଆଗରେ ଦେଖାଉଛନ୍ତି।
ଏହି ଘୋଷଣାର ଠିକ୍ ପରେ ଚୀନ୍ ମଧ୍ୟ ଏହି ଘଟଣାକ୍ରମରେ ସକ୍ରିୟ ହୋଇଯାଇଛି। ମଙ୍ଗଳବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଚୀନ୍ ଶାନ୍ତି ପାଇଁ କରାଯାଇଥିବା ସବୁ ଚେଷ୍ଟାର ସମର୍ଥନ କରିଥାଏ। ଆମକୁ ଆଶା ରହିଛି ସମ୍ପର୍କିତ ପକ୍ଷର ଆଲୋଚନା ଓ ସମ୍ବାଦ ଦିଗରେ ଆଗକୁ ବଢୁଥିବା।’ ଚୀନ୍ ବୟାନ ଡିପ୍ଲୋମାଟିକ୍ ଓ ସନ୍ତୁଳିତ, କିନ୍ତୁ ସଙ୍କେତ ସ୍ପଷ୍ଟ ଯେ, ସେ ନିଜକୁ ଶାନ୍ତିଦୂତର ଭୂମିକାରେ ଦେଖାଉଛି।
ଟ୍ରମ୍ପ ଦାବି କରିଛନ୍ତି, ପୁଟିନ୍ ତାଙ୍କ ସହ ଦୁଇ ଘଣ୍ଟା ଲମ୍ବା ସମୟ ଫୋନ୍ କଲ୍ କରିବା ପରେ ରୁଷ-ୟୁକ୍ରେନ୍ ମଧ୍ୟ ତୁରନ୍ତ ଶାନ୍ତି ବାର୍ତ୍ତା ନେଇ ସହମତି ହୋଇଥିଲା। ସେ କହିଛନ୍ତି, ଯଦି ଆଲୋଚନା ଆଗକୁ ବଢେ ତେବେ ଏହାଦ୍ବାରା ନା କେବଳ ଯୁଦ୍ଧ ଥମିବ ବଂର ବିଶ୍ବରେ ସ୍ଥିରତାକୁ ମଧ୍ୟ ବଳ ମିଳିବ। ଟ୍ରମ୍ପ ପ୍ରଶାସନ ଏହାକୁ ନିଜର ‘ଡିଲ୍ମେକର’ ଥିବା ଛବି ବୋଲି ପ୍ରମାଣିତ କରୁଛି।