ନୂଆଦିଲ୍ଲୀ,୧।୧୧: ଚୀନ୍ ଶନିବାର ଘୋଷଣା କରିଛି ଯେ, ତା’ର ଶେନଝୋଉ-୨୧ ମହାକାଶ ଯାନ ନିଜର ତିନି ସଦସ୍ୟ ଦଳଙ୍କ ସହ ଦେଶର ମହାକାଶ ଷ୍ଟେସନ୍ ତିୟାନଗୋଙ୍ଗରୁ ରେକର୍ଡ ସମୟରେ ଯୋଡି ଯାଇଛି। ଚୀନ୍ ମାନବ ମହାକାଶ ଏଜେନ୍ସି ଅନୁସାରେ, ଏହି ଡକିଂ ପକ୍ରିୟା କେବଳ ୩.୫ ଘଣ୍ଟାରେ ପୁରା ହୋଇଛି,ଯାହାକି ଗତ ମିଶନ ତୁଳନାରେ ପ୍ରାୟ ୩ ଘଣ୍ଟା ଅଧିକ।
ଶେନଝୋଉ-୨୧ ମହାକାଶ ଯାନ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ସମୟ ଅନୁସାରେ, ୧୧ଟା ୪୪ ମିନିଟ୍ରେ ଚୀନ୍ର ଉତ୍ତର-ପଶ୍ଚିମ ଭାଙ୍ଗରେ ଥିବା ଜିଉକଭାନ ଉତ୍କ୍ଷେପଣ କେନ୍ଦ୍ରରୁ ଉଡାଣ ଭରିଥିଲା। ସଫଳ ଉତ୍କ୍ଷେପଣ ପରେ ଏହି ମହାକାଶ ଯାନ ସିଧା ତିୟାନହେ କୋର ମଡ୍ୟୁଲ ଆଡକୁ ଆଗକୁ ବଢୁଛି ଓ ସଫଳତାର ସହ ତା ସହ ଯୋଡି ହୋଇଛି।
ଏହି ମିଶନ୍ ଦଳର ନେତୃତ୍ବ ପାଇଲଟ୍ ଓ ମିଶନ୍ କମାଣ୍ଡର ଝାଙ୍ଗ ଲୁ’ଙ୍କ ହାତରେ ରହିଛି, ଯିଏକି ଦୁଇ ବର୍ଷ ପୂର୍ବରୁ ଶେନ୍ଝୋଉ-୧୫ ମିଶନ୍ରେ ରହିସାରିଛନ୍ତି। ତାଙ୍କ ସହ ଦୁଇ ନୂଆ ମହାକାଶଯାତ୍ରୀ ରହିଛନ୍ତି। ୩୨ ବର୍ଷୀୟ ଇଞ୍ଜିନିୟର ଭୁ ଫେଇ ଯିଏ ଏପର୍ଯ୍ୟନ୍ତ ଚୀନ୍ ଇତିହାସରେ ସବୁଠାରୁ ଯୁବ ମହାକାଶଯାତ୍ରୀ ଅଛନ୍ତି। ଏହାଛଡା ପେଲୋଡ୍ ବିଶେଷଜ୍ଞ ଝାଙ୍ଗ ହୋଙ୍ଗଝାଙ୍ଗ ମଧ୍ୟ ଅଛନ୍ତି, ଯିଏକି ପୂର୍ବରୁ ନୂର୍ଆ ଶକ୍ତି ଓ ନୂଆ ସାମଗ୍ରୀ ଉପରେ ରିର୍ସଚ୍ଚ କରୁଥିବା ବୈଜ୍ଞାନିକ ଥିଲେ। ଝାଙ୍ଗ ଲୁ ଉତ୍କ୍ଷେପଣ ପୂର୍ବରୁ କହିଥିଲେ, ଟିମ୍ ତିୟାନଗୋଙ୍ଗ ଷ୍ଟେସନକକୁ ଏକ ‘ୟୁଟୋପିୟା’ରେ ବଦଳାଇ ଦେବ। ଯେଉଁଠି ସେ ତାଇ-ଚୀ, ଚାଷବାସ ଓ କବିତା ପାଠ ଭଳି ଗତିବିଧି କରିବେ।ଦଳର ସଦସ୍ୟ ପ୍ରାୟ ୬ ମାସ ପର୍ଯ୍ୟନ୍ତ ମହାକାଶ ଷ୍ଟେସନ୍ରେ ରହିବେ।
ମିଶନ୍ ବେଳେ ମହାକାଶ ଯାତ୍ରୀ ୨୭ ବୈଜ୍ଞାନିକ ଓ ଅନୁପଯୁକ୍ତ ଚେଷ୍ଟା ଉପରେ କାମ କରିବେ। ଏଥିରେ ଜୈବ ପ୍ରାଦୋଗିକ, ଏରୋସ୍ପେସ୍ ମେଡିସିନ୍ ମ୍ୟାଟେରିଆଲ ସାଇନ୍ସ ରହିଛି। ଏଥର ଚୀନ୍ ପ୍ରଥମ ଥର ନିଜର ମହାକାଶ ଷ୍ଟେସନ୍ରେ ମୂଷା ପଠାଇବାକୁ ଯାଉଛି। ମୋଟ ଚାରୋଟି ମୂଷା ପଠାଛି, ଯାହାଫଳରେ ଜିରୋ ଗ୍ରାଭିଟି୍ ଓ ସୀମିତ ବାତାବରଣରେ ତାଙ୍କ ବ୍ୟବହାରିକ ପରିବର୍ତ୍ତନର ଅଧ୍ୟୟନ କରାଯାଇ ହେବ।