ନୂଆଦିଲ୍ଳୀ,୨୬।୧୨: ତିବ୍ଦତରେ ନିଜର ଉପସ୍ଥିତି ଆହୁରି ମଜବୁତ କରିବା ଦିଗରେ ଚୀନ୍। ଏବେ ସେଠାରେ ତିଆରି କରିବାକୁ ଯାଉଛି ଦୁନିଆର ସବୁଠାରୁ ବଡ ହାଇଡ୍ରୋପାଓ୍ବାର ଡ୍ୟାମ୍। ଏହା ବାର୍ଷିକ ୩୦୦ ବିଲିୟନ୍ କିଲୋଓ୍ବାଟ ପ୍ରତି ଘଣ୍ଟା ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି। ତେବେ ଡ୍ରାଗନ୍ର ଏହି ଡ୍ୟାମ୍ ଏବେ ଭାରତ-ବାଂଲାଦେଶର ପାଇଁ ପାଲଟିଛି ଚିନ୍ତାର କାରଣ ।

ଚୀନ୍ ତିଆରି କରିବାକୁ ଯାଉଛି ବିଶ୍ବର ସବୁଠାରୁ ବଡ ହାଇଡ୍ରୋ ପାଓ୍ବାର ଡ୍ୟାମ୍। ଏହା ଚୀନ୍କୁ ତିବ୍ଦତର ପୂର୍ବତନ ଅଂଶକୁ ଯୋଡିବା ନେଇ ମହତ୍ବକାଂକ୍ଷୀ ଯୋଜନାର ଅଂଶ ରହିଛି। ଡ୍ୟାମ୍ର ନିର୍ମାଣ ବ୍ରହ୍ମପୁତ୍ର ନଦୀର ତଳୁଆ ଅଞ୍ଚଳରେ କରାଯିବ। ବ୍ରହ୍ମପୁତ୍ର ନଦୀକୁ ଚୀନ୍ରେ ୟାରଲୁଙ୍ଗ ଜଙ୍ଗବୋ ନାମରେ ଜଣାଯାଏ।ତେବେ ଏହି ଡ୍ୟାମ୍ ଦ୍ବାରା ଭାରତ-ବାଂଲାଦେଶରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇପାରନ୍ତି।

ଚୀନ୍ଏହି ଡ୍ୟାମ୍ ବାର୍ଷିକ ୩୦୦ ବିଲିୟନ୍ କିଲୋଓ୍ବାଟ ପ୍ରତି ଘଣ୍ଟା କରିବ ବିଜୁଳି ଉତ୍ପାଦନ। କେବଳ ସେତିକି ନୁହେଁ ଚୀନ୍ରେ ଥିବା ବର୍ତ୍ତମାନ ଦୁନିଆର ସବୁଠାରୁ ବଡ ଥ୍ରୀ ଗଜ୍ ଡ୍ୟାମ୍ରଠାରୁ ତିନିଗୁଣ ବଡ଼ ରହିବ। ଯାହାକି ପୂର୍ବରୁ ୮୮.୨ ବିଲିୟନ କିଲୋଓ୍ବାଟ କ୍ଷମତାରୁ ରଖିଥିଲା। ଏହି ପ୍ରୋଜେକ୍ଟ ଚୀନ୍ର କାର୍ବନ ପିକିଂ ଓ କାର୍ବନ ୟୁଟିଲିଟି ଲକ୍ଷ୍ୟକୁ ପରା କରିବ। ସେଭଳି ଇଞ୍ଜିନିୟରିଂ ଭଳି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଓ ତିବ୍ଦତରେ ରୋଜଗାର ସୃଷ୍ଟି କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଡ୍ୟାମ୍ର ନିର୍ମାଣରେ ହେଉଥିବା ଖର୍ଚ୍ଚ ବିଷୟରେ ଯଦି କଥା ହେବା ତେବେ ଥ୍ରୀ ଗଜ୍ ଡ୍ୟାମ୍ ତୁନଳାରେ ମଧ୍ୟ ଅଧିକା ହେବାର ଆଶା ରହିଛି,ଯାହାର ଖର୍ଚ୍ଚ ପ୍ରାୟ ୩୪.୮୩ ବିଲିୟନ ଡଲାର ଥିଲା।
ବ୍ରହ୍ମପୁତ୍ର ନଦୀର ଏକ ଅଂଶ ୫୦ କିଲୋମିଟରର ଦୂରରେ ୨୦୦୦ ମିଟରରୁ ଅଧିକରେ ରହିଛି। ଏହି କାରଣରୁ ହାଇଡ୍ରୋପାଓ୍ବାର ପାଇଁ ତାହା ସଠିକ ସ୍ରୋତ ହୋଇପାରେ। ତେବେ ତିଆରି କରିବାରେ ଇଞ୍ଜିନିୟରଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ। ଏହାଠାରୁ ବଡ଼ କଥା ହେଲା ଭାରତ ଓ ବାଂଲାଦେଶ ପାଇଁ ବିପଦ ରହିଛି। ଏହି ପ୍ରୋଜେକ୍ଟ ନା କେବଳ ସ୍ଥାନୀୟ ଇକୋସିଷ୍ଟମକୁ କ୍ଷତି କରିବ ବଂର ଏହା ତଳ ଆଡୁ ନଦୀ ପ୍ରବାହ ଓ ଦିଗରେ ପରିବର୍ତ୍ତନ କରିପାରେ। ବ୍ରହ୍ମପୁତ୍ର ନଦୀ ତିବ୍ଦତରୁ ବାହାରି ଦକ୍ଷିଣରେ ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମରେ ବୋହୁଛି। ଶେଷରେ ବାଂଲାଦେଶ ବାଟ ଦେଇ ବଙ୍ଗୋପ ସାଗରରେ ପହଁଞ୍ଚିଥାଏ। ଚୀନ୍ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।