ବେଜିଂ : ଚୀନ ନିଜର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପାଠ୍ୟକ୍ରମରେ କୃତ୍ରିମ ବୃଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)କୁ ସାମିଲ କରିବାକୁ ଆଦେଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ସେ ଏମିତି ପିଲାଙ୍କର ଏକ ସେନା ପ୍ରସ୍ତୁତ କରିବାକୁ ଚାହୁଁଛି , ଯିଏ କେବଳ ଟାଲେଣ୍ଟେଡ୍ ହେବା ସହ ଟେକ୍ନିକାଲ ଯୁଦ୍ଧ ଓ ଚ୍ୟାଟ ଜିପିଟିର ଯୁଗରେ ନିଜକୁ ଦକ୍ଷ କରି ପାରିବେ।
ଗତ ସପ୍ତାହରେ ଜାରି ମନ୍ତ୍ରଣାଳୟର ସର୍କୁଲାର ଅନୁସାରେ , ଶିକ୍ଷା ମନ୍ତ୍ରଣାଳୟ ସ୍କୁଲ୍ ଗୁଡ଼ିକୁ ଏଆଇ ଶିକ୍ଷାରେ ସୁଧାର ଆଣିବା ପାଇଁ କହିଛି କି, ଚୀନର ଅଭିନବ ପ୍ରତିଭାକୁ ନେଇ ଭବିଷ୍ୟତର ଦାବିକୁ ପୂରା କରାଯାଇ ପାରିବ।

ବେଜିଂର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ବିଶ୍ୱ ଗୁରୁ ହେବାର ଯୋଜନାର ଇନ୍ମୋଚନ କରିବାର ବର୍ଷେ ପରେ, ୨୦୧୮ ରୁ ୫୦୦ରୁ ଅଧିକ ଚାଇନା ବିଶ୍ୱ ବିଦ୍ୟାଳୟ ଓ କଲେଜ୍ ଏଆଇ ଉପରେ ଆଧାରିତ କୋର୍ସେସ୍ ଆରମ୍ଭ କରିଛି। ଆମେରିକା ସହ ଟେକ୍ନିକାଲ ଯୁଦ୍ଧ ବେଳେ ଏବଂ ଚ୍ୟାଟ୍ ଜିପିଟି ଭଳି ଏଆଇ ସଞ୍ଚାଳିତ ଚ୍ୟାଟବଟ୍ର ଦୈନିଜ ଜୀବନର ଅଂଶ ବିଶେଷ ହେବାର କାରଣରୁ, ଏଆଇ ପାଇଁ ଚୀନର ଉତ୍ସାହ ବଢିଛି।
ଶିକ୍ଷା ମନ୍ତ୍ରଣାଳୟ କହିଛି , ଏଆଇ କୋର୍ସେସ୍ ବ୍ୟବସ୍ଥିତ ଭାବେ ଆରମ୍ଭ କରାଯିବା ଉଚିତ୍ ଏବଂ ସ୍କୁଲର ମୂଲ୍ୟାଙ୍କନ କରି ସମୟ ତାଙ୍କୁ ଏକ କାରକ ଭାବେ ସାମିଲ କରାଯିବ ଉଚିତ୍। ମନ୍ତ୍ରଣାଳୟ କହିଛି ଯେ, ଜୁନିୟର ପ୍ରାଇମେରୀ ସ୍କୁଲର ବିଦ୍ୟାର୍ଥୀଙ୍କୁ ଏଆଇ ବିଷୟରେ ଅନୁଭବ ପ୍ରାପ୍ତ କରିବା ଉଚିତ୍। ମୌଳିକ ଜ୍ଞାନକୁ ବିକଶିତ କରିବା ଉଚିତ୍ , ସିନିୟର କ୍ଲାସେସ୍ର ବିଦ୍ୟାର୍ଥୀଙ୍କୁ ଟେକ୍ନିକକୁ ବୁଝିବା ଏବଂ ସେଗୁଡ଼ିକୁ ଲାଗୁ କରିବା ଶିଖିବା ଉଚିତ୍।
ଏହା ପ୍ରଥମ ଥର , ଚୀନ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଏଆଇ ଶିକ୍ଷା ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି। ଫେବ୍ରୁଆରୀରେ ସାରା ଦେଶର ୧୮୪ଟି ସ୍କୁଲକୁ ଏଆଇ ଶିକ୍ଷା ବିଷୟରେ ଜାଣିବା ପାଇଁ ଏକ ପାଇଲଟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ କରାଯାଇ ଥିଲା।