ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଡ୍ରାଗନ୍‌ର ରେୟାର୍‌ ଆର୍ଥ ରପ୍ତାନି କଟକଣା, ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବାଧିକ: ଅଟୋ, ଇଲେକ୍ଟ୍ରୋନିକ୍ସ, ପ୍ରତିରକ୍ଷା କ୍ଷେତ୍ର ପ୍ରଭାବିତ

Published By : Prameya | June 8, 2025 12:15 PM

ନୂଆଦିଲ୍ଲୀ,୦୮/୦୬: ଚୀନ୍‌ର ରେୟାର୍‌ ଆର୍ଥ ରପ୍ତାନି କଟକଣା ବିଶ୍ୱ ଯୋଗାଣ ଶୃଙ୍ଖଳ ଆଗରେ ବାଧକ ସାଜିଛି । ପ୍ରଭାବିତ ହୋଇଛନ୍ତି ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରତିରକ୍ଷା  ଆଦି କ୍ଷେତ୍ର । ଚୀନ୍‌ର ରେୟାର୍‌ ଆର୍ଥ ଉପରେ ଭାରତୀୟ ଶିଳ୍ପର ନିର୍ଭରତା ଅଧିକ । ତେଣୁ ଭାରତ ଏବେ ପରିସ୍ଥିତି ଉପରେ ସ୍ପଷ୍ଟତା ଚାହୁଁଛି । ତେବେ  ଦେଶଗୁଡ଼ିକ ସହ ଆଲୋଚନା କରିବାକୁ ଚୀନ୍‌ ରାଜି  ହୋଇଛି ।

ୟୁରୋପୀୟ ସଂଘ ଏବଂ ଆମେରିକା ସହିତ  ଜାପାନ ଓ ଭାରତ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକ ଏହି  ସମସ୍ୟାର ସମାଧାନ ନେଇ ବାଟ ସନ୍ଧାନରେ ଅଛନ୍ତି ।  ଏ ନେଇ ଆଲୋଚନା କରିବା ଲାଗି ଆସନ୍ତା ସପ୍ତାହରେ  ଏକ ଭାରତୀୟ ଟିମ୍‌ ଚୀନ୍‌ ଯିବ ବୋଲି ଜଣାପଡ଼ିଛି ।  ବିଶ୍ୱର ମୋଟ ରେୟାର୍‌ ଆର୍ଥ ଖଣିଜ ପ୍ରକ୍ରିୟାକରଣରେ  ଚୀନ୍‌ର ଭାଗ ରହିଛି ପାଖାପାଖି ୯୦% । ଏଣୁ ବିଶ୍ୱ  ଯୋଗାଣ ଶୃଙ୍ଖଳରେ ଏହାର ବଡ଼ ଭୂମିକା ରହିଛି । 

ତେବେ ଚୀନ୍‌ର ଏହି କଟକଣା ଦ୍ୱାରା ଭାରତର  ୫ଟି ପ୍ରମୁଖ କ୍ଷେତ୍ର ପ୍ରଭାବିତ ହେବାକୁ ଯାଉଛି ।  ଅଟୋମୋବାଇଲ ଶିଳ୍ପ ଉପରେ ଏହାର ଭୟଙ୍କର  ପ୍ରଭାବ ପଡ଼ିଛି । ପ୍ରମୁଖ ଘରୋଇ ଏବଂ ବିଦେଶୀ ଅଟୋ  ନିର୍ମାତାଙ୍କ ଉତ୍ପାଦନ ବ୍ୟାହତ ହୋଇଛି । ସାଧାରଣତଃ  ରେୟାର୍‌ ଆର୍ଥ ମାଗ୍‌ନେଟ୍‌ସ ଇଲେକ୍ଟ୍ରିକ୍‌ ମୋଟର୍ସ,  ପାୱାର୍‌ ୱିଣ୍ଡୋ, ଅଡିଓ ସିଷ୍ଟମ୍‌ ଏବଂ ଅନ୍ୟାନ୍ୟ କାର୍‌  ଉପକରଣରେ ବ୍ୟବହାର ହୋଇଥାଏ । ବର୍ତ୍ତମାନ ଏହାର ଯୋଗାଣ ଠପ୍‌ ହୋଇଯାଇଛି । ରିପୋର୍ଟ  ଅନୁସାରେ, ବଜାଜ ଅଟୋ ଚେତାବନି ଦେଇଛି  ଯେ, ଚୀନ୍‌ରୁ ମାଗ୍‌ନେଟ୍‌ ନ ଆସିଲେ ଜୁଲାଇ ସୁଦ୍ଧା  ଇଲେକ୍ଟ୍ରିକ୍‌ ଯାନ ଉତ୍ପାଦନ ଭୟଙ୍କର ଭାବେ ପ୍ରଭାବିତ  ହେବ ।  

ବୋସ୍‌ କହିଛି ଯେ, ଏହାର ଯୋଗାଣକାରୀମାନେ  ଚୀନ୍‌ରୁ ରପ୍ତାନି ଅନୁମତି ପ।।ଉନାହାନ୍ତି । ବିଏମ୍‌ଡବ୍ଲ୍ୟୁ  ପ୍ରକାଶ କରିଛି ଯେ, ଏହାର ଯୋଗାଣ ନେଟ୍‌ୱର୍କର  କିଛି ଭାଗ ପ୍ରଭାବିତ ହୋଇଛି । ତେବେ ଏହାର  ନିଜସ୍ୱ କାରବାର ସ୍ୱାଭାବିକ ରହିଥିବା ଏହା କହିଛି ।  

ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ ଏବଂ ଉଚ୍ଚ-ପ୍ରଦର୍ଶନକାରୀ  ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନରେ ନିଓଡାଇମିୟମ୍‌  ଏବଂ ଡାଇସ୍ପ୍ରୋଜିୟମ୍‌ ଭଳି ରେୟାର୍‌ ଆର୍ଥ ଉପାଦାନ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚୀନ୍‌ ପକ୍ଷରୁ ଯୋଗାଣ କଟକଣା  ଯୋଗୁ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଏବଂ ଚିପ୍‌ ଉତ୍ପାଦନ  କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ଏବଂ ଉତ୍ପାଦନରେ ସମ୍ଭାବ୍ୟ  ବିଳମ୍ବ ନେଇ ଅନୁମାନ କରିଛନ୍ତି ବିଶେଷଜ୍ଞ ।  

ଏହି ରପ୍ତାନି କଟକଣା ଦ୍ୱାରା ଟେଲିଯୋଗାଯୋଗ,  ବ୍ୟାଟେରି ଟେକ୍ନୋଲୋଜି, ଶିଳ୍ପ ଯନ୍ତ୍ରାଂଶ ଏବଂ  ଉପକରଣ ଆଦି କ୍ଷେତ୍ର ପ୍ରଭାବିତ ହେବ। ଏପ୍ରିଲ  ୪ରୁ କୌଣସି ଭାରତୀୟ କମ୍ପାନି ଚୀନ୍‌ରୁ ରେୟାର୍‌  ଆର୍ଥ ମାଗ୍‌ନେଟ୍‌ ପାଇଁ ଆମଦାନି ମଞ୍ଜୁରି ହାସଲ କରି  ନ ଥିବା ଜଣାପଡ଼ିଛି । 

ପବନ ଟର୍‌ବାଇନ୍‌ ଏବଂ ଅନ୍ୟାନ୍ୟ ସ୍ୱଚ୍ଛ ଶକ୍ତି  ପ୍ରଯୁକ୍ତି ରେୟାର୍‌ ଆର୍ଥ ଉପାଦାନ ଉପରେ ବଡ଼  ମାତ୍ରାରେ ନିର୍ଭରଶୀଳ । କୌଣସି ପ୍ରକାର ବାଧକ  ବିଶ୍ୱ ଅକ୍ଷୟ ଶକ୍ତି ଲକ୍ଷ୍ୟର ଅଗ୍ରଗତିକୁ ପ୍ରଭାବିତ  କରିପାରେ । ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଏବଂ  ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ, ଚୀନ୍‌  ବିଶ୍ୱର ୬୦% ରେୟାର୍‌ ଆର୍ଥ ମେଟାଲ ଉତ୍ପାଦନ  କରିଥାଏ ଏବଂ ୯୦% ବିଶୋଧନ ଚୀନ୍‌ ଦ୍ୱାରା  ହୋଇଥାଏ । ଏଭଳି କ୍ଷେତ୍ରରେ ରପ୍ତାନି କଟକଣା  ସମଗ୍ର ବିଶ୍ୱ ପାଇଁ ଶକ୍ତ ଧକ୍କା । ବିମାନ, ମିସାଇଲ୍‌  ଗାଇଡାନ୍ସ ସିଷ୍ଟମ୍‌ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରଯୁକ୍ତି  ପାଇଁ ଏରୋସ୍ପେସ୍‌ କ୍ଷେତ୍ର ରେୟାର୍‌ ଆର୍ଥ ଉପାଦାନ  ଉପରେ ବହୁ ମାତ୍ରାରେ ନିର୍ଭରଶୀଳ । ଏହି ଉପାଦାନ  ଉପରେ ଚୀନ୍‌ର ନିୟନ୍ତ୍ରଣ ରହିଛି । ରାଷ୍ଟ୍ରୀୟ ସୁରକ୍ଷା  ଆପ୍ଲିକେଶନ୍‌ ପାଇଁ ଏସବୁ ଉପାଦାନ ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ ।  

ବିଶେଷଜ୍ଞଙ୍କ ମତରେ, ରେୟାର୍‌ ଆର୍ଥ  ମାଗ୍‌ନେଟ୍‌ ଉପରେ ଚୀନ୍‌ର ରପ୍ତାନି କଟକଣା  ବାଣିଜ୍ୟ ଯୁଦ୍ଧର ଅଂଶବିଶେଷ । ଆମେରିକା  ଟାରିଫ୍‌ ଉପରେ ଜବାବୀ ହମ୍‌ଲା ଲାଗି ଡ୍ରାଗନ୍‌ ଏ  ପଦକ୍ଷେପ ନେଇଥିଲା । କିନ୍ତୁ ଏହା ଦ୍ୱାରା ଭାରତ  ବଡ଼ ଆକାରରେ ପ୍ରଭାବିତ ହେବ  । କାରଣ ରେୟାର୍‌  ଆର୍ଥ ପାଇଁ ଚୀନ୍‌ ଉପରେ ଭାରତ ବଡ଼ ମାତ୍ରାରେ  ନିର୍ଭରଶୀଳ । 

 ଅନ୍ୟପକ୍ଷରେ, ଆମେରିକାକୁ ରେୟାର୍‌ ଆର୍ଥ  ଯୋଗାଇବାକୁ ଚୀନ୍‌ ରାଜି ହୋଇଥିବା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.