ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଭାରତକୁ ବଢିବାକୁ ଅଟକାଉଛି ଚୀନ, କାହିଁକି ଏମିତି କହିଲେ ଆର୍ମି ଚିଫ୍ ?

Published By : Ankita S | March 17, 2025 9:14 AM

ନୂଆଦିଲ୍ଲୀ,୧୭/୦୩: ସେନାମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଚୀନକୁ ନେଇ ଏକ ବଡ ଦାବି କରିଛନ୍ତି । ଗ୍ଲୋବାଲ ସାଉଥରେ ଭାରତକୁ ଆଗକୁ ବଢିବା ଦିଗରେ ଚୀନ କଣ୍ଟା ସାଜିଛି । ସେ ଭାରତକୁ ଆଗକୁ ବଢିବାକୁ ଦେଉନାହିଁ । ଭାରତର ସବୁ ପ୍ରୟାସରେ ବାଧା ସୃଷ୍ଟି କରୁଛି । ଦିଲ୍ଲୀରେ ଜେନରାଲ୍ ବିପିନ ରାୱତ ମୋମୋରିଆଲ ଲେକ୍ଚରରେ ଆର୍ମି ଚିଫ୍ ଯୋଗ ଦେଇ ଏହା କହିଛନ୍ତି ।

ସ୍ଥଳ ସେନାମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ''ଭାରତକୁ ଭବିଷ୍ୟତର ଶକ୍ତି କେନ୍ଦ୍ର ରୂପରେ ଆଫ୍ରିକାର ସମ୍ଭାବନା ଉପରେ ବିଚାର କରିବା ଜରୁରୀ । ଚୀନର ବଢୁଥିବା ଶକ୍ତି ଭାରତ ସାମ୍ନାରେ ଚ୍ୟାଲେଞ୍ଜ ହୋଇପାରେ । ବୈଶ୍ବିକ ସ୍ତରରେ ଚୀନର ଭୂମିକା ଗ୍ଲୋବାଲ ସାଉଥରେ  ସମସ୍ୟା ସୃଷ୍ଟି କରୁଛି । ତାର ସାମରିକ ଶକ୍ତି ସୁରକ୍ଷାରେ ଚ୍ୟାଲେ଼ଞ୍ଜ ସୃଷ୍ଟି ହେଉଛି । ଚୀନ ଗ୍ଲୋବାଲ ସାଉଥ ଦେଶ ମଧ୍ୟରେ ଏକ ପ୍ରମୁଖ ଶକ୍ତି ରୂପରେ ଉଭା ହୋଇଛି । ଭାରତକୁ ଆଗକୁ ବଢିବାକୁ ଅଟକାଉଛି । ଭାରତ ପ୍ରୟାସରେ ବାଧା ସୃଷ୍ଟି କରୁଛି ।''

SCO ଉପରେ କଡା ନଜର ରଖିବା ଜରୁରୀ- ଆର୍ମି ଚିଫ୍ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ଭାରତ ସବୁଠୁ ବଡ ଲୋକତନ୍ତ୍ର । ସବୁଠୁ ବଡ ଭୂରଣନୀତିକ ସ୍ଥାନ ହେବା ପରେ ବି ବୈଶ୍ବିକ ସ୍ତରରେ ଅପେକ୍ଷାକୃତ କମ୍ ସ୍ଥାନରେ ରହିଛି । ବ୍ରିକ୍ସକୁ ମଧ୍ୟ ଅସଫଳତାର ସାମ୍ନା କରିବାକୁ ପଡିଛି । ଆମକୁ ଏସସିଓ (ସଂଘୀୟ ସହଯୋଗ ସଂଗଠନ) ଉପରେ କଡା ନଜର ରଖିବାକୁ ପଡିବ ।

ଅଧିକ ପଢନ୍ତୁ ପଢନ୍ତୁ...ଏଲଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ : ସ୍ଥଳ ସେନାମୁଖ୍ୟ

ଚୀନର ଶକ୍ତି ଭାରତ ପାଇଁ ଚ୍ୟାଲେଞ୍ଜ- ଚୀନର ବଢୁଥିବା ଆର୍ଥିକ ଏବଂ ସାମରିକ ପ୍ରଭାବ ଭାରତ ଆଗରେ ଆସିବାକୁ ଥିବା ଚ୍ୟାଲେଞ୍ଜକୁ ସ୍ପଷ୍ଟ କରୁଛି । ଚୀନର ଏହି ଶକ୍ତି ବୃଦ୍ଧି ବୈଶ୍ବିକ ସ୍ତରରେ ତାର ଭୂମିକା ଉପରେ ଭାରତର ଅନେକ ଦୃଷ୍ଟିକୋଣ ଉପରେ ପ୍ରଭାବ ପଡିଥାଏ । ଚୀନର ଆର୍ଥିକ ଶକ୍ତି ବୈଶ୍ବିକ ବ୍ୟବସାୟ ଓ ନିବେଶ ଉପରେ ପ୍ରଭାବ ପକାଉଥିବାବେଳେ ସାମରିକ ଶକ୍ତି ଭାରତ ପାଇଁ ସୁରକ୍ଷା ଦିଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଭାରତ ପାଇଁ ଏହା କେବଳ ଆର୍ଥିକ ଏବଂ ସାମରିକ ଚ୍ୟାଲେ଼ଞ୍ଜ ନୁହେଁ ବୈଶ୍ବିକ ନିର୍ଣ୍ଣୟ ଉପରେ ପ୍ରଭାବ ପକାଇବା ଦିଗରେ ବଡ ସଙ୍କଟ ସାଜିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.