ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଅଗଷ୍ଟ ୧୮ରେ ଭାରତ ଆସିବେ ଚୀନ୍‌ର ବୈଦେଶିକ ମନ୍ତ୍ରୀ, ଏସ୍‌ ଜୟଶଙ୍କର ଓ ଅଜିତ ଡୋଭାଲଙ୍କ ସହ କରିବେ ଆଲୋଚନା

Published By : Tapas Panda | August 16, 2025 4:45 PM

ନୂଆଦିଲ୍ଲୀ: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସୋମବାର ଭାରତ ଆସୁଛନ୍ତି। ଏହି ସମୟରେ ସେ ସ୍ୱତନ୍ତ୍ର ପ୍ରତିନିଧି (SR) ମେକାନିଜିମ୍ ଅଧୀନରେ ସୀମା ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରଣାଳୟ (MEA) ଶନିବାର ଏହା ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ‘ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣରେ, ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଅଗଷ୍ଟ ୧୮-୧୯, ୨୦୨୫ ରେ ଭାରତ ଆସିବେ।’ 

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ୱାଙ୍ଗ ୟି ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ଅଜିତ ଡୋଭାଲଙ୍କ ସହ  ଆଲୋଚନା କରିବେ।  ୟି ଏବଂ ଡୋଭାଲଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାର ଦାୟିତ୍ୱ ଦିଆଯାଇଛି । ଏହି ସମୟ ମଧ୍ୟରେ ୱାଙ୍ଗ ୟି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।’

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନର ତିଆନଜିନ୍ ଗସ୍ତ କରିବେ । ଏହା ପୂର୍ବରୁ ଚୀନ୍ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ଡୋଭାଲ ଗତ ବର୍ଷ ଡିସେମ୍ବରରେ ଚୀନ୍ ଗସ୍ତ କରିଥିଲେ ଏବଂ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷର କାଜାନରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ପରେ ଏହି ବୈଠକ ହୋଇଥିଲା ।

ଜୁନ୍ ୨୦୨୦ରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ  ଘଟିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ବୃଦ୍ଧି ପାଇଥିଲା । କିନ୍ତୁ ଗତ କିଛି ମାସ ଭିତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି । ଭାରତ ପୁଣିଥରେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଆରମ୍ଭ କରିଛି । ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀମୋଦୀ ୨୦୧୮ରେ SCO ଶିଖର ସମ୍ମିଳନୀ ପାଇଁ ଚୀନ୍ ଗସ୍ତ କରିଥିଲେ। ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଅକ୍ଟୋବର ୨୦୧୯ରେ ଭାରତ ଆସିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.