ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଆଇ ଇସ୍କରେ ଯୁବପୀଢି... ଚାଟ୍‌ବଟ୍ ପ୍ରେମରେ ପାଗଳୀ ଏହି ଦେଶର ଅଧିକାଂଶ ଯୁବତୀ

Published By : Rasmita Pradhan | February 17, 2025 2:36 PM

ଭୁବନେଶ୍ଵର, ୧୭/୦୨ : ଏବେ I LOVE YOU ପାଇଁ ଆବଶ୍ୟକ ନାହିଁ I କିମ୍ଵା YOU। କାରଣ ଏବେ ଏଆଇ ଇସ୍କରେ ବୁଡ଼ିଛନ୍ତି ଯୁବପୀଢି...  ଆଇଟି ଚାଟ୍‌ବକ୍ସରେ  ଖୋଜୁଛନ୍ତି ଲୈଲା ମଜନୁ। ଏଆଇ ସହ କରୁଛନ୍ତି ଦୋସ୍ତି ମହବତ୍... ଆଉ ଜିନେ ମରେନି କି ବାତେଁ। ହେଲେ ସେମାନେ କଣ ଏହା ବୁଝିଛନ୍ତି ? ଯେଉଁ ମେସିନ୍‌କୁ ନିଜ ମନର କଥା କହୁଛନ୍ତି ତାର #ହୃଦୟ ବୋଲି କିଛି ନାହିଁ। ଏଭଳି କମ୍ପାନିଅନ୍ ଆପ୍ସ ତିଆରି କରୁଛନ୍ତି ବହୁ ଏଆଇ କମ୍ପାନୀ। ଏହା ଏଭଳି ଏକ ଆପ୍ ଯେଉଁଥିରେ ଆପଣଙ୍କୁ ମିଳିଯିବ ଆପଣଙ୍କର ସାଥୀ। ଏହି ଏଆଇ ଚାଟ୍‌ବଟ୍ ପ୍ରେମରେ ଏବେ ପାଗଳୀ ଏହି ଦେଶର ଅଧିକାଂଶ ଯୁବତୀ। ଆଉ ଦରକାର ପଡୁନାହାଁନ୍ତି ବୟଫ୍ରେଣ୍ଡ୍। ଏଆଇ ସହ ଇସ୍କ... ମହବତ୍ ପାଇଁ ଖର୍ଚ୍ଚ କରୁଛନ୍ତି ମୋଟା ଅଙ୍କର ଟଙ୍କା।  

ଚୀନ୍‌ରେ ଗତ ବର୍ଷ ଜାନୁଆରୀରେ ଲଞ୍ଚ ହୋଇଥିଲା ଏକ ନୂଆ ଡେଟିଂ ସିମ୍ୟୁଲେସନ ଗେମ୍। ଯାହାର ନାମ 'Love & Deep Space'। ଏହାକୁ ଡେଭଲପ୍ କରିଛି ସାଙ୍ଘାଇର ଏକ କମ୍ପାନୀ paper games। ଏଆଇ ଏବଂ Voice recognition କୁ ବ୍ୟବହାର କରି ୫ଟି କ୍ୟାରେକ୍ଟର ତିଆରି କରାଯାଇଛି। ଯାହାକି playersଙ୍କ ଫୋନ୍ କଲ୍‌ର ଉତ୍ତର ଦେବ ଏବଂ ଚାଟିଂ କରିବ। ଏହି ଗେମ୍‌ରେ ଏବେ ଚାଇନିଜ୍, ଜାପାନିଜ୍, କୋରିଆନ୍ ଏବଂ ଇଂରାଜୀ ଭାଷା ଉପଲବ୍ଧ ଅଛି। ଏଥିରେ ମସିକ ପ୍ରାୟ ୬୦ ଲକ୍ଷ ଆକ୍ଟିଭ୍ ୟୁଜର ଅଛନ୍ତି। ଏହି ଆପ୍ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅରବରେ ପହଞ୍ଚିଲାଣି ଏହାର ଫାଉଣ୍ଡରଙ୍କ ସମ୍ପତ୍ତି। ତେବେ ଏହି ଗେମ୍‌ରେ ଅଧିକ ପ୍ଲେୟାର୍ ଚୀନର। ଆଉ କିଛି ୟୁଜର ଆମେରିକା ସମେତ ଅନ୍ୟ ଦେଶର। ଏହି ପ୍ଲେୟାରମାନେ ଟଙ୍କା ଖର୍ଚ୍ଚ କରି game play କୁ ଅନଲକ୍ କରୁଛନ୍ତି ଏବଂ ନିଜ ନିଜର ଲୈଲା ମଜନୁଙ୍କ ସହ ପ୍ୟାର୍ ଇଜହାର କରୁଛନ୍ତି। ଏହି ଏଆଇ କ୍ୟାରେକ୍ଟର players ଙ୍କ ସହ ଫ୍ଲର୍ଟ କରେ ଏବଂ ସେମାନଙ୍କୁ ନିର୍ଦ୍ଦେଶ ଦିଏ। ଏହି ଗେମ୍ ଆପ୍‌କୁ ଚୀନରେ ସବୁଠୁ ଅଧିକ ଥର ଡାଉନଲୋଡ୍ କରାଯାଇଛି। ସାମାନ୍ୟ ଖୁସି ପାଇଁ ବହୁ ୟୁଜର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଲ୍ ମଧ୍ୟ ଏହି ଗେମ୍‌ରେ ଆଗ୍ରହ ପ୍ରକାଶ କରିଛି। ଏହି ଗେମ୍‌କୁ କମ୍ପାନୀ ତାର ଭିଜନ ପ୍ରୋ ଡିଭାଇସ୍‌ରେ ଆଣିବାକୁ ବିଚାର କରୁଛି। ଏଥିପାଇଁ ଆପଲ୍ ସିଇଓ ଟିମ୍ କୁକ୍ ଗତ ବର୍ଷ ସାଙ୍ଘାଇର paper games ଅଫିସ୍ ଯାଇଥିଲେ। 


ଏହି ଏଆଇ କ୍ୟାରେକ୍ଟର game players ଙ୍କ ସହ ଏକ ମଜବୁତ ଇମୋସନାଲ୍ ସମ୍ପର୍କ ଗଢେ ଏବଂ ମନ କଥା ହୁଏ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏକ ମେସିନ୍ ସହ ଭାବନାତ୍ମକ ବାର୍ତ୍ତାଳାପ କରିବା ଉଚିତ୍। ଯାହାର ହୃଦୟ ଏବଂ ବିବେକ ବୋଲି କିଛି ନାହିଁ। କେତେ ସୁରକ୍ଷିତ ଏହି ଆପ୍ ? ଯାହାକୁ ଆପଣାର ଭାବି ମନ ଦେଇ ବସୁଛନ୍ତି  ଯୁବପୀଢି। ବାସ୍ତବରେ ହୃଦୟ କଥା ବୁଝି ପାରୁଛି ତ ସେହି ଆପ୍ ? କଣ ଏବେ ସମାଜରେ ମଣିଷଙ୍କ ମଧ୍ୟରେ ବଢିଗଲାଣି ଏତେ ଦୂରତା ? ଯେଉଁଥିପାଇଁ ମେସିନ୍‌ର ସାହାଯ୍ୟ ନେଉଛି ମଣିଷ। 

ଏହି ଖବରଟିକୁ ପଢନ୍ତୁ-ଚାଞ୍ଚଲ୍ୟ; ସ୍ତ୍ରୀ, ମାଆ ଓ ପୁଅକୁ ବିଷ ଦେଇ ଝୁଲି ପଡିଲେ ଯୁବକ !


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.