ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପିଲାଙ୍କୁ ଇସଲାମିକ୍ ତାଲିମ୍ ଦେବା ପଡିଲା ମହଙ୍ଗା, ମହିଳାଙ୍କୁ ୧୭ ବର୍ଷର ଜେଲଦଣ୍ଡ ଦେଲେ ଚୀନ୍ ସରକାର

Published By : Harapriya Biswal | January 11, 2025 7:37 PM

ନୂଆଦିଲ୍ଲୀ,୧୧।୧: ଚୀନ୍‌ର ଶିନାଜିୟାଙ୍ଗ ପ୍ରଦେଶରେ ଚୀନ୍ ସରକାର ଉଇଗର ମୁସଲମାନଙ୍କ ଉପରେ ଲଗାତାର ଅତ୍ୟାଚାର କରୁଛି। ନିକଟରେ ଜଣେ ମହିଳାଙ୍କୁ ନିଜର ଓ ପଡୋଶୀ ପିଲାଙ୍କୁ ଇସଲାମ ତାଲିମ ଦେବା ନେଇ ମିଳିଛି ଜେଲ୍ ଦଣ୍ଡ। ମହିଳା ଜଣଙ୍କୁ ୧୭ ବର୍ଷର କଠୋର କାରଦଣ୍ଡ ଶୁଣାଯାଇଛି। ଚୀନ୍ ଅଧିକାରୀଙ୍କ କହିବା ଅନୁସାରେ, ବେଆଇନ ଭୂମିଗତ ଧାର୍ମିକ ଗତିବିଧି ଥିଲା, ଯାହାକୁ ରୋକିବା ଜରୁରୀ ଥିଲା। ଚୀନ୍ ସରକାର ମହିଳାଙ୍କୁ ସଜା ଦେବାରେ ଅଟକି ନଥିଲେ। ସେଠାରେ ପଢୁଥିବା ପିଲାଙ୍କୁ ଜେଲ୍‌ ସଜା ଶୁଣାଇଛନ୍ତି। 

ଏଏନ୍‌ଆଇର ରିପୋର୍ଟ ଅନୁସାରେ, ଶିନାଜିୟାଙ୍ଗର କୋନାଶେହର କାଉଣ୍ଟିର ଉଇଗୁର ମହିଳା ସୋଲିହାନ୍ ରୋଜି ନିଜ ପୁଅ ଓ ଜଣେ ପଡୋଶୀର ପୁଅକୁ ଇସଲାମ ତାଲିମ ଦେଉଥିଲେ। ଏହି ସମୟରେ ତାଙ୍କୁ ଚୀନ୍ ଅଧିକାରୀ ଧରି ନେଇଥିଲେ। ଏବେ ଏହି ମାମଲାରେ ସଜା ଶୁଣାଣି କୋର୍ଟ ରୋଜିଙ୍କୁ ୧୭ ବର୍ଷର ସଜା ଦେଇଛନ୍ତି। ରୋଜିଙ୍କ ଗୋଟିଏ ପୁଅକୁ ୧୦ ବର୍ଷର ସଜା ମିଳିଛି, ସେଭଳି ଦ୍ବିତୀୟ ପୁଅକୁ ୭ ବର୍ଷର ଜେଲ୍ ସଜା ମିଳିଛି। ପୁଅ ସହ ପଢୁଥିବା ପଡୋଶର ୟାକୁପ୍ ହିଦାୟତକୁ ମଧ୍ୟ କୋର୍ଟ ୯ ବର୍ଷର ସଜା ଶୁଣାଇଛନ୍ତି। 

ରେଡିଓ ଫ୍ରି ଏସିଆର ସୂଚନା ଅନୁସାରେ, ରୋଜିଭ୍କୁ ଧାର୍ମିକ ଶିକ୍ଷା ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାକୁ ସମ୍ଭାଳୁଥିବା ପୋଲିସ ଅଧିକାରୀଙ୍କ କହିବା ଅନୁସାରେ,ଚୀନ୍‌ରେ ଧାର୍ମିକ ଶିକ୍ଷାକୁ ଏଭଳି ଭାବରେ ଦେବା ବିରୋଧରେ କଡା ନିୟମ  ରହିଛି। ତାଙ୍କର ଏଭଳି ଶିକ୍ଷା ପ୍ରଣାଳୀକୁ ବେଆଇନ୍ ବୋଲି କୁହାଯାଉଛି। ସେ ଏହି ନିୟମକୁ ଉଲଂଘନ କରିଛନ୍ତି। ଏହି କାରଣରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.