ନୂଆଦିଲ୍ଲୀ ୦୮/୦୮: ଚୀନ୍‌ର ଏକ ଚିଡ଼ିଆଖାନା ବାଘ ମୂତ୍ର ବିକ୍ରି କରୁଛି । ୟାଆନ ପ୍ରାନ୍ତର ଏହି ଚିଡ଼ିଆଖାନା ବାଘ  ମୂତ୍ରରେ ଔଷଧୀୟ ଗୁଣ ଥିବା ଦାବି କରୁଛି । ୨୫୦ ଏମ୍‌ଏଲ୍‌ ବାଘ ମୂତ୍ରଯୁକ୍ତ ଶିଶିକୁ ଏହା ୫୦  ୟୁଆନ୍‌ ଅର୍ଥାତ୍‌ ପ୍ରାୟ ୬ଶହ ଟଙ୍କାରେ ବିକ୍ରି କରୁଛି । ଶିଶିରେ ଲାଗିଥିବା ସୂଚନା କାଗଜରେ  ଏହାକୁ ବ୍ୟବହାର କରିବାର ଉପାୟ ଉଲ୍ଲେଖ ହୋଇଛି । 

ବାଘ ମୂତ୍ରକୁ ଧଳା ୱାଇନ୍‌ରେ ମିଶାଇ ଅଦା ଖଣ୍ଡ ସାହାଯ୍ୟରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବାକୁ ଏଥିରେ କୁହାଯାଇଛି ।  ଏହା ଦ୍ୱାରା ଆର୍ଥରାଇଟିସ୍‌ ଓ ମାଂସପେଶୀ ଯନ୍ତ୍ରଣାରୁ ଉପଷମ ମିଳୁଥିବା ଦାବି ହୋଇଛି ।  ଚିଡ଼ିଆଖାନା ଏହାକୁ ପିଇବାକୁ ମଧ୍ୟ ପରାମର୍ଶ ଦେଇଛି । ତେବେ ଆଲର୍ଜି ହେଲେ ସେବନ  ବନ୍ଦ କରିବାକୁ ସତର୍କ କରିଛି । ଚିଡ଼ିଆଖାନା ଅନୁସାରେ, ବାଘ ସାହସ ଓ ଶକ୍ତିର ପ୍ରତୀକ ।  ଚୀନୀ ଔଷଧର କିଛି ପୁସ୍ତକରେ ମଧ୍ୟ ବାଘ ସମ୍ପର୍କରେ ବର୍ଣ୍ଣନା ହୋଇଛି ।