ଭୁବନେଶ୍ଵର, ୨୬।୮ ; ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ନିଯୁକ୍ତ ହୋଇଛନ୍ତି। ସେହିପରି ଈପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି। ଏଥିସହ ଯୁବ ଓ ଛାତ୍ର ସଂଗଠନର ଆଉ ୪ ଜଣ ଲେଖାଏଁ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି।
ବିଜୁ ଯୁବ ଜନତା ଦଳରେ ୪ ଜଣ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ବ୍ୟୋମେକେଶ ରାୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ , ରାଜେନ୍ଦ୍ର ସାହୁ, ଅମରେଶ ପତ୍ରୀ, ସଞ୍ଜୀତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବିଜୁ ଛାତ୍ର ଜନତା ଦଳ ପାଇଁ ୪ ଜଣ ସାଧାରଣ ସମ୍ପାଦକ ନିଯୁକ୍ତି ଦିଆଯାଇଛି। ଦେବେଶ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ଵାଳ ସାଧାରଣ ସଂପାଦକ ଭାବେ ନିଯୁକ୍ତି ହୋଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି।