ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଅନ୍ଧାରରେ ଲଞ୍ଚର୍‌ ସିଷ୍ଟମ୍‌କୁ ସଜାଡ଼ି ପାକ୍‌ ଜେଟ୍‌ ଖସାଇଥିଲେ ଯବାନ, ଭଲେ ସିଂହଙ୍କୁ ମିଳିବ ବୀରତା ପୁରସ୍କାର

Published By : Manoj | August 22, 2025 8:49 AM

ନୂଆଦିଲ୍ଲୀ ୨୨/୦୮: ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର ୫ ଫାଇଟର୍‌ ଜେଟ୍‌କୁ ଖସାଇଥିଲା ଭାରତ । ଏହି ସମୟରେ ମିସାଇଲ ଡିଫେନ୍ସ ସିଷ୍ଟମ୍‌ ଏସ୍‌-୪୦୦ର  ଲଞ୍ଚର୍‌ ଦାୟିତ୍ୱରେ ଥିଲେ ଚୁରୁର ଯବାନ ଭଲେ ସିଂହ । ଭାରତୀୟ  ବାୟୁସେନାରେ ସାର୍ଜେଣ୍ଟ୍‌ ପଦରେ ଅବସ୍ଥାପିତ ଭଲେ ସିଂହଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ବୀରତା ପଦକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯିବ । ସାହସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।  

ଗତ ବୁଧବାର ନିଜ ଗାଁ ହାସିୟାବାସ (ଚୁରୁ)  ଆସିଥିବା ଭଲେ ସିଂହ ଅପରେସନ୍‌ ସିନ୍ଦୂରର ଏକ  ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କଥା ମନେପକାଇ କହିଛନ୍ତି,  ଶତ୍ରୁପକ୍ଷର ମିସାଇଲ ଆକ୍ରମଣ ସମୟରେ ଏକ  ଲଞ୍ଚର୍‌ ସିଷ୍ଟମ୍‌ ଖରାପ ହୋଇଗଲା । କାରଣ  ସେହି ସିଷ୍ଟମ୍‌ରୁ ସେମାନେ ଅନେକ ମିସାଇଲ୍‌  ଲଞ୍ଚ୍‌ କରିସାରିଥିଲେ । ରାତିର ଅନ୍ଧାରରେ  ତାଙ୍କ ଟିମ୍‌ ପାଖରେ ଗୋଟିଏ ବିକଳ୍ପ ଥିଲା ।  ଖରାପ ଲଞ୍ଚର୍‌ ସିଷ୍ଟମ୍‌କୁ ସେଠାରେ ଛାଡ଼ି ଆଗକୁ ବଢ଼ିବା । କାରଣ  ସେତେବେଳେ ପାକିସ୍ତାନ ଲଗାତାର ମିସାଇଲ ଆକ୍ରମଣ କରୁଥିଲା ।  କିନ୍ତୁ ଯଦି ସେମାନେ ଲଞ୍ଚର୍‌ ଛାଡ଼ି ଚାଲିଯାଇଥାନ୍ତେ, ପାଖରେ ଥିବା  ମିସାଇଲ୍‌ଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅଧିକ ଥିଲା । କାରଣ  ଶତ୍ରୁ ଲଗାତାର ଡ୍ରୋନ୍‌ ଆକ୍ରମଣ କରୁଥିଲା ।  

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଲେ ସିଂହଙ୍କ ଟିମ୍‌ ସ୍ଥିର କଲେ,  ସିଷ୍ଟମ୍‌କୁ ଛାଡ଼ି ଯିବେନାହିଁ । ସେମାନେ ଏକ ୪ ଜଣିଆ ଟିମ୍‌  ଗଢ଼ିଲେ । ଲଞ୍ଚର୍‌ ସିଷ୍ଟମ୍‌କୁ ସଜାଡ଼ି ତା’ର ସ୍ଥାନକୁ ନେଇଗଲେ ।  ଏହି କାମ ସମ୍ପୂର୍ଣ୍ଣ ଅନ୍ଧାରରେ ଏବଂ ଗୁପ୍ତ ଭାବେ କରାଯାଉଥିଲା ।  ସିଷ୍ଟମ୍‌କୁ ସଜାଡ଼ିବା ପରେ ସେଥିରୁ ସେମାନେ ଦୁଇଟି ଟାର୍ଗେଟ୍‌କୁ  ନଷ୍ଟ କଲେ । ତନ୍ମଧ୍ୟରେ ପାକିସ୍ତାନର ଅୱାକ୍ସ ଫାଇଟର୍‌ ଜେଟ୍‌ ଥିଲା ।  ପେଶାୱର ନିକଟସ୍ଥ ରନ୍‌ୱେରୁ ଉଡ଼ାଣ ଆରମ୍ଭ ସମୟରେ ୩୧୪  କିମି ଦୂରରୁ ତାକୁ ନଷ୍ଟ କରାଗଲା । 

ଭଲେ ସିଂହ କହିଛନ୍ତି, ଅପରେସନ୍‌ ସିନ୍ଦୂରରେ  ଏସ୍‌-୪୦୦ ୟୁନିଟ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରିଥିଲା । ତାଙ୍କ ଟିମ୍‌ ପାକିସ୍ତାନର ଏଫ୍‌-୧୬  ସମେତ ୫ ଫାଇଟର୍‌ ଜେଟ୍‌କୁ ଖସାଇଥିଲେ । ମେ’  ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଅପରେସନ୍‌  ସିନ୍ଦୂର ସମୟରେ ଟିମ୍‌ ସହ ମିଶି ସେ ୨୪ ଘଣ୍ଟା  କାମ କରିଥିଲେ । ଯବାନଙ୍କୁ ନିଦ ନ ଆସିବା  ପାଇଁ ସ୍ୱତନ୍ତ୍ର ବଟିକା ଦିଆଯାଉଥିଲା । ତାହା  ଅତିକମ୍‌ରେ ୮-୧୦ ଘଣ୍ଟା କାମ କରୁଥିଲା ।  ଏହି ସମୟରେ ସେମାନେ ଖୁବ୍‌ କମ୍‌ ସମୟ  ଭିତରେ ଭୋଜନ ଶେଷ କରୁଥିଲେ । 

ଭଲେ ସିଂହ ଦ୍ୱାଦଶ ପାସ୍‌ ପରେ ୨୦୦୫ରେ ବାୟୁସେନାରେ  ଯୋଗ ଦେଇଥିଲେ । ଗତ ଜୁନ୍‌ ୩୦ରେ ପଞ୍ଜାବର ଆଦମପୁର ଏୟାରବେସ୍‌ରୁ ସେ ଅବସର ନେଇ ଫେରିଛନ୍ତି । ସେବାରେ  ଥିବାବେଳେ ସେ ଡିଆର୍‌ଡିଓ ସିକ୍ରେଟ୍‌ ମିସାଇଲ ମିଶନରେ  କାମ କରିଥିଲେ। ରୁଷ୍‌ର ପିଚୋରା ମିସାଇଲ ସିଷ୍ଟମ୍‌ ଉପରେ  ମଧ୍ୟ ସେ କାମ କରିଛନ୍ତି । ସେ ଜାମନଗର, ଶ୍ରୀନଗର, ଦିଲ୍ଲୀ ଓ  ଆଦମପୁରରେ ସେବା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.