ନୂଆଦିଲ୍ଲୀ,୨୧/୦୧: ଏବେ  ଦେଶ ମଧ୍ୟରେ ଘରୋଇ ନିବେଶ  ଏବଂ ନିଯୁକ୍ତି କ୍ଷେତ୍ରରେ ଉନ୍ନତ ସ୍ଥିତି  ଜାରି ରହିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୪%ରୁ ୬.୭%  ବୃଦ୍ଧି ହୋଇପାରେ । ଏହା ୨୦୨୫- ୨୬ରେ ୭% ଛୁଇଁପାରେ ବୋଲି କନଫେଡେରେସନ ଅଫ୍‌ ଇଣ୍ଡିଆନ  ଇଣ୍ଡଷ୍ଟ୍ରିଜ (ସିଆଇଆଇ) ପକ୍ଷରୁ  ଅନୁମାନ କରାଯାଇଛି ।

ଯୁଦ୍ଧ ଯୋଗୁ  ଏବେ ବିଶ୍ୱ ବଜାର ଆହ୍ୱାନପୂର୍ଣ୍ଣ ସ୍ଥିତି ନେଇ ଗତି କରୁଛି । ଏଭଳି ସ୍ଥିତିରେ  ମଧ୍ୟ ଭାରତ ଏକ ଉନ୍ନତ ସ୍ଥିତିରେ  ରହିବ । କେନ୍ଦ୍ର ସରକାର ଗ୍ରହଣ  କରୁଥିବା ବିଭିନ୍ନ ସଂସ୍କାର ପ୍ରକ୍ରିୟା  ଏବଂ ପୁଞ୍ଜି ବିନିଯୋଗ କାର୍ଯ୍ୟକ୍ରମ  ଅର୍ଥନୀତିର ଉନ୍ନତିରେ ବିଶେଷ ଭାବେ  ସହାୟକ ବୋଲି କହିଛି ସିଆଇଆଇ ।

ଟ୍ରମ୍ପ ନୀତିକୁ ନେଇ ଆଶଙ୍କାରେ ବିଶ୍ୱ: ଜିତିବା ପରେ ଟଙ୍କା ଦୁର୍ବଳ, ଟାରିଫ୍‌ ବଢ଼ିଲେ ପ୍ରଭାବିତ ହେବ ଭାରତ