ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ICS ରେଜଲ୍ଟ, ଛାତ୍ରୀଙ୍କ ବାଜିମାତ୍

Published By : Ankita S | April 30, 2025 12:21 PM

ନୂଆଦିଲ୍ଲୀ,୩୦/ ୦୪: ଆଇସିଏସଇ ଦଶମ ଓ ଆଇସିଏସ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିଆଇଏସସିଇର ୱେବସାଇଟରେ ରେଜଲ୍ଟ ବାହାରିଛି । cisce.orgରେ ରେଜଲ୍ଟ ଦେଖି ପାରିବେ ପରୀକ୍ଷାର୍ଥୀ । ଉଭୟ ଶ୍ରେଣୀରେ ଝିଅ ବାଜିମାତ୍ କରିଛନ୍ତି ।

ଆଇସିଏସଇ ଦଶମରେ ୯୯.୦୯ ପ୍ରତିଶତ ପାସ୍ ହାର ରହିଛି । ସେହିପରି ଆଇଏସସିରେ ୯୯.୦୨ ପ୍ରତିଶତ ପାସ୍ ହାର ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଆଇସିଏସଇରେ ଛାତ୍ରୀ ପୁଣି ବାଜି ମାରିଛନ୍ତି । ଆଇସିଏସଇ ଦଶମରେ ୯୯.୩୭ ପ୍ରତିଶତ ଛାତ୍ରୀ ଏବଂ ୯୮.୮୪ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ୱେବ ସାଇଟ୍ ବ୍ୟତୀତ ପରୀକ୍ଷା ଫଳ ଡିଜି ଲକରରେ ମଧ୍ୟ ଉପଲବ୍ଧ ହୋଇଛି । ପରୀକ୍ଷା ଫଳକୁ ନେଇ କୌଣସି ସମସ୍ୟା ଥିଲେ ଜୁଲାଇରେ ପୁନଃ ପରୀକ୍ଷା ହେବ ।

କାଉନସିଲ ଫର୍ ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମିନେସନ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିଛି । ଦୁଇ ଶ୍ରେଣୀର ରେଜଲ୍ଟ ଆଜି ବୋର୍ଡ ମୁଖ୍ୟାଳୟରେ ଏକ ପ୍ରେସ୍‌ମିଟ ଜରିଆରେ ପ୍ରକାଶ ପାଇଛି । ସିଆଇଏସସିଇ ୱେବସାଇଟ cisce.orgରେ ରେଜଲ୍ଟ ଉପଲବ୍ଧ ହୋଇଛି । ଗତ  ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଆଇସିଏସଇ ଦଶମ ପରୀକ୍ଷା ହୋଇଥିଲା । ଆଇଏସସି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୩ରୁ ଏପ୍ରିଲ ୩ ତାରିଖ ଯାଏ ହୋଇଥିଲା । ଦେଶରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

କେମିତି କରିବେ ଚେକ୍

-ସର୍ବପ୍ରଥମେ cisce.org ୱେବସାଇଟ୍‌କୁ ଯାଆନ୍ତୁ

- ହୋମ୍‌ପେଜରେ ଆଇସିଏସଇ କିମ୍ବା ଆଇଏସସି ରେଜଲ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ

- ଏହାପରେ ରୋଲ ନମ୍ବର କିମ୍ୱା ଆଇଡି ଏବଂ ଅନ୍ୟ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ

-ସବମିଟ୍ ବଟନ୍‌ରେ କ୍ଲିକ କରିବା ପରେ ରେଜଲ୍ଟ ସ୍କ୍ରିନରେ ଦେଖିପାରିବେ

-ଏହାକୁ ଡାଉନଲୋଡ୍‌ କରି ପିଡିଏଫରେ ରଖିପାରିବେ କିମ୍ବା ପ୍ରିଣ୍ଟ କାଢ଼ିପାରିବେ

ଗତବର୍ଷ ରେଜଲ୍ଟ କଣ ଥିଲା ?  ଆଇସିଏସଇ ଦଶମରେ ଗତବର୍ଷ ରେଜଲ୍ଟ ୯୯.୪୭% ଏବଂ ଆଇଏସସି ଦ୍ୱାଦଶରେ ପାସ୍ ହାର ୯୮.୧୯% ରହିଥିଲା । ପୁଅଙ୍କ ଅପେକ୍ଷା ଝିଅଙ୍କ ପରୀକ୍ଷା ଫଳ ଭଲ ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.